ସୁସ୍ଥ ହେଲେ ୫୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟର ଆଜି ୫୧୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହି ସୂଚନା ଦେଇଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।

ରବିବାର ମିଳିଥିବା ୧୯ଟି ଜିଲ୍ଲାର ତଥ୍ୟ ଅନୁଯାୟୀ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ୮୦ ଜଣ, ଯାଜପୁର ଜିଲ୍ଲାରୁ ୪୦ ଜଣ, ସୁନ୍ଦରଗଡ଼ରୁ ୪୦ ଜଣ, କଟକରୁ ୨୮ ଜଣ, କେନ୍ଦୁଝରରୁ ୨୦ ଜଣ, ଜଗତସିଂହପୁରରୁ ୧୮ ଜଣ, ବାଲେଶ୍ୱରରୁ ୧୫ ଜଣ, ଝାରସୁଗୁଡ଼ା ଓ ବରଗଡ଼ରୁ ୧୩ ଜଣ ଲେଖାଏଁ, ମୟୂରଭଂଜ ଓ ରାୟଗଡ଼ାରୁ ୯ ଜଣ ଲେଖାଏଁ, ବଲାଙ୍ଗୀରରୁ ୮ ଜଣ, ଭଦ୍ରକରୁ ୭ ଜଣ, ପୁରୀ ଓ ଗଜପତିରୁ ୬ ଜଣ ଲେଖାଏଁ, କୋରାପୁଟରୁ ୫ ଜଣ ଏବଂ ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ବ୍ୟକ୍ତି ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ମୋଟ ୧୨,୪୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ୯୧ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି ।

ମତାମତ ଦିଅନ୍ତୁ ।