ସୁସ୍ଥହେଲେ ୧୯୦୮ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ୧୯୦୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ସଂଖ୍ୟା ୨, ୭୨, ୦୩୮କୁ ବୃଦ୍ଧି ପାଇଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁରୁବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୨ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେହିପରି ସୁନ୍ଦରଗଡ ଜିଲ୍ଲାରୁ ୧୭୦ ଜଣ ସୁସ୍ଥ ହୋଇଥିବା ବେଳେ ଅନୁଗୁଳରୁ ୧୨୬, କେନ୍ଦ୍ରାପଡାରୁ ୧୦୨, କଟକରୁ ୧୦୦, ବଲାଙ୍ଗୀରରୁ ୯୬, ବାଲେଶ୍ଵରରୁ ୮୯, ମୟୂରଭଞ୍ଜରୁ ୮୦, କଳାହାଣ୍ଡିରୁ ୭୬, ଜଗତସିଂହପୁରରୁ ୭୩, ନୂଆପଡାରୁ ୬୮, ଝାରସୁଗୁଡାରୁ ୫୫, ଢେଙ୍କାନାଳରୁ ୪୯, ଯାଜପୁରରୁ ୪୮, ପୁରୀରୁ ୪୭, ନବରଙ୍ଗପୁରରୁ ୪୫, ସମ୍ବଲପୁରରୁ ୪୫, କନ୍ଧମାଳରୁ ୪୨, କେନ୍ଦୁଝରରୁ ୪୨, ବରଗଡରୁ ୩୭, ସୋନପୁରରୁ ୩୭, ମାଲକାନଗିରିରୁ ୩୫, ରାୟଗଡାରୁ ୩୪, କୋରାପୁଟରୁ ୩୩, ବୌଦ୍ଧରୁ ୩୨, ନୟାଗଡରୁ ୩୦, ଭଦ୍ରକରୁ ୨୫, ଗଞ୍ଜାମରୁ ୨୦, ଗଜପତିରୁ ୫ ଓ ଦେବଗଡରୁ ୪ ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।