ସୁସ୍ଥହେଲେ ୩୨୧୭ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ୩୨୧୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧ ଲକ୍ଷ ୧୫ ହଜାର ୨୭୯ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ଶନିବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୪୭ ସଂକ୍ରମିତ ସୁସ୍ଥ ହୋଇଛନ୍ତି। ସେହିପରି ମୟୂରଭଞ୍ଜ ଜିଲ୍ଲାରୁ ୨୮୧, କଟକ ୨୭୫, ବରଗଡରୁ ୨୧୮, ରାୟଗଡାରୁ ୨୦୬, ଗଞ୍ଜାମରୁ ୧୨୬, କେନ୍ଦୁଝରରୁ ୧୧୬, ଯାଜପୁରରୁ ୧୧୨, କୋରାପୁଟରୁ ୧୧୨, ପୁରୀରୁ ୧୦୩, ଝାରସୁଗୁଡାରୁ ୯୬, ନବରଙ୍ଗପୁରରୁ ୭୯, ନୂଆପଡାରୁ ୭୯, ସୁନ୍ଦରଗଡରୁ ୭୯, ସମ୍ବଲପୁରରୁ ୭୫, ଅନୁଗୁଳରୁ ୬୯ ଜଣ ରୋଗମୁକ୍ତ ହୋଇଛନ୍ତି। ଏହାଛଡା ଢେଙ୍କାନାଳରୁ ୬୯, କେନ୍ଦ୍ରାପଡା ୫୯, ଭଦ୍ରକରୁ ୫୪, ଜଗତସିଂହପୁର ୫୪, ସୋନପୁର ୫୩, ବାଲେଶ୍ଵର ୪୯, ବଲାଙ୍ଗିର ୪୯, ନୟାଗଡ ୪୯, କନ୍ଧମାଳ ୩୬, ମାଲକାନଗିରି ୨୮, ଗଜପତି ୨୧, କଳାହାଣ୍ଡି ୧୨, ବୌଦ୍ଧ ୭ ଓ ଦେବଗଡ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।