ସୁସ୍ଥ ହେଲେ ୩୩୭୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜାରେ ଆଜି ୩ ହଜାର ୩୭୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୫୭୧ରେ ପହଂଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଟୁଇଟ ଜରିଆରେ ଏହି ସୂଚନା ଦିଆଯାଇଛି।

ରବିବାର ତଥ୍ୟ ଅନୁଯାୟୀ କଟକ ଜିଲ୍ଲାରୁ ୫୪୦ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି ଖୋର୍ଦ୍ଧା ଜିଲ୍ଲାରୁ ୨୮୯ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ୨୦୦, ଯାଜପୁର ୧୭୬, ରାୟଗଡ଼ା ୧୪୧, କନ୍ଧମାଳ, ସୁନ୍ଦରଗଡ଼ରୁ ୧୩୭ ଜଣ ଲେଖାଏଁ, ମୟୂରଭଂଜରୁ ୧୩୦, ସମ୍ବଲପୁର ୨୭, କେନ୍ଦ୍ରାପଡ଼ା ୧୨୩, ଜଗତ୍‌ସିଂହପୁର୧୧୫, ବାଲେଶ୍ୱର୧୧୧, କେନ୍ଦୁଝର ୧୦୨ ଓ ବରଗଡ଼ରୁ ୧୦୦ ଜଣ ସୁସ୍ଥ ହୋଇଛନ୍ତି। ଏହାଛଡା କୋରାପୁଟ ୯୯, ଝାରସୁଗୁଡ଼ା ୮୬ ଜଣ, ନବରଙ୍ଗପୁର ୮୪, ସୁବର୍ଣ୍ଣପୁର ୮୦, କଳାହାଣ୍ଡି ୭୬, ବଲାଙ୍ଗୀର ୬୮, ମାଲକାନଗିରି ୬୩, ନୂଆପଡ଼ା ୪୯, ଭଦ୍ରକ ୪୭, ଅନୁଗୁଳ ୪୫, ଢେଙ୍କାନାଳ ୪୪, ଗଂଜାମ ୪୨ ଜଣ, ନୟାଗଡ଼ ୩୬, ଗଜପତି ୩୧, ବୌଦ୍ଧ ୧୪, ଦେବଗଡ଼ ୭ ଓ ଷ୍ଟେଟପୁଲରୁ ୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।