ସୁସ୍ଥହେଲେ ୩୭୦୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୭୦୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୪୯୩୭୯କୁ ବୃଦ୍ଧି ପାଇଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ମିଳିଛି।

ସୋମବାର ମିଳିଥିବା ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୯୬ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୨୦, ପୁରୀ ୨୫୬, ଝାରସୁଗୁଡ଼ା ୧୫୧, କେନ୍ଦ୍ରାପଡ଼ା ୧୪୭, ବଲାଙ୍ଗୀର ୧୩୬, ସୁନ୍ଦରଗଡ଼ ୧୩୬, ବରଗଡ଼ ୧୩୨, ମୟୁରଭଞ୍ଜ ୧୨୦, ନବରଙ୍ଗପୁର ୧୨୦, ଯାଜପୁର ୧୧୩, ସମ୍ବଲପୁର ୧୧୧, କୋରାପୁଟ ୯୯, ରାୟଗଡ଼ା ୯୮, ଜଗତସିଂହପୁର ୯୦, କନ୍ଧମାଳ ୮୫, ଭଦ୍ରକ ୭୬, ବାଲେଶ୍ୱର ୭୩, କେନ୍ଦୁଝର ୭୨, ସୋନପୁର ୬୫, ଗଞ୍ଜାମ ୫୫, ବୌଦ୍ଧ ୫୧, ଢ଼େଙ୍କାନାଳ ୩୯, ନୟାଗଡ଼ ୩୬, କଳାହାଣ୍ଡି ୩୪, ମାଲକାନଗିରି ୨୭, ଦେଓଗଡ଼ ୨୩, ଅନୁଗୁଳ ୨୨, ଗଜପତି ୨୨, ନୂଆପଡ଼ା ୧୧ ଜଣ ଓ ଷ୍ଟେଟ ପୁଲରୁ ୧୮୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।