ସୁସ୍ଥହେଲେ ୩୭୧୪ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୩୭୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୫ ହଜାର ୭୩୮କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ମଙ୍ଗଳବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୪୪ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ବରଗଡ଼ ଜିଲ୍ଲାରୁ ୩୯୭ ଜଣ ସୁସ୍ଥ ହୋଇଥିବା ବେଳେ କଟକ ୩୭୫ ଜଣ, ଯାଜପୁର ୨୪୨ ଜଣ, ପୁରୀ ୨୦୧ ଜଣ, ମୟୂରଭଂଜ ୧୫୨ ଜଣ, ଝାରସୁଗୁଡ଼ାରୁ ୧୧୭ ଜଣ, ବାଲେଶ୍ୱର, କୋରାପୁଟ ଜିଲ୍ଲାରୁ ୧୧୫ ଜଣ ଲେଖାଏଁ ଓ କନ୍ଧମାଳ ଜିଲ୍ଲାରୁ ୧୦୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହାବ୍ୟତୀତ ଜଗତସିଂହପୁର ୯୩ ଜଣ, ଗଂଜାମ ୯୨ ଜଣ, କେନ୍ଦ୍ରାପଡ଼ା ୮୮ ଜଣ, ସୁବର୍ଣ୍ଣପୁର, ସୁନ୍ଦରଗଡ଼ରୁ ୮୪ ଜଣ ଲେଖାଏଁ, ବଲାଙ୍ଗୀର ୭୫ ଜଣ, ଅନୁଗୁଳ ୭୨ ଜଣ, ସମ୍ବଲପୁର ୭୧ ଜଣ, ନୟାଗଡ଼ ୭୦ ଜଣ, କେନ୍ଦୁଝର ୬୦ ଜଣ, ନବରଙ୍ଗପୁର ୫୯ ଜଣ, ନୂଆପଡ଼ା ୫୩ ଜଣ, କଳାହାଣ୍ଡି ୪୮ ଜଣ, ଦେବଗଡ଼ ୪୩ ଜଣ, ଗଜପତି ୩୮ ଜଣ, ଭଦ୍ରକ ୩୪ ଜଣ, ଢେଙ୍କାନାଳ ୩୪ ଜଣ, ମାଲକାନଗିରି ୨୨ ଜଣ, ବୌଦ୍ଧ ୧୯ ଜଣ ଓ ରାୟଗଡ଼ାରୁ ୧୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।