ସୁସ୍ଥହେଲେ ୪୦୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୪୦୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଗୁରୁବାର ଦିଆଯାଇଥିବା ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର ୯୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୮୪, ସୁନ୍ଦରଗଡରୁ ୪୬ ଜଣ ସୁସ୍ଥ ହୋଇଥିବା ବେଳେ ଗଜପତିରୁ ୩୬, ଝାରସୁଗୁଡାରୁ ୩୦, କେଉଁଝରରୁ ୧୭, ମାଲକାନଗିରିରୁ ୧୭, ଜଗତସିଂପୁରରୁ ୧୭, ଖୋର୍ଦ୍ଧାରୁ ୧୨, ଅନୁଗୋଳରୁ ୮, ସୋନପୁରରୁ ୭, ବରଗଡରୁ ୬, ସମ୍ବଲପୁରରୁ ୫, କେନ୍ଦ୍ରାପଡାରୁ ୫, ଢେଙ୍କାନାଲରୁ ୪, ଭଦ୍ରକ ଓ ବାଲେଶ୍ୱରରୁ ୩ ଜଣ ଲେଖାଏଁ, କଟକରୁ ୨ ଓ ପୁରୀରୁ ଜଣେ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ୧୦୮୭୭ ଜଣ ଆରୋଗ୍ୟ ଲାଭ କରିଛନ୍ତି।

ମତାମତ ଦିଅନ୍ତୁ ।