ସୁସ୍ଥହେଲେ ୪୦୧୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୪୦୧୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୪୫ ହଜାର ୬୭୫ରେ ପହଂଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ରବିବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୪୦ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୪୩୪ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ୨୭୪ ଜଣ, ବାଲେଶ୍ୱର୧୯୪, କେନ୍ଦ୍ରାପଡ଼ା ୧୩୯, ସୁବର୍ଣ୍ଣପୁର ୧୩୬, ଜଗତସିଂହପୁର ୧୨୬, ଯାଜପୁର ୧୨୦, ଅନୁଗୁଳ ୧୧୬, ରାୟଗଡ଼ା ୧୧୩, ଝାରସୁଗୁଡ଼ା ୧୧୧ ଓ ଭଦ୍ରକର ୧୦୪, ବରଗଡ ୯୫, ସମ୍ବଲପୁର ୯୦, ସୁନ୍ଦରଗଡ ୯୦, କୋରାପୁଟ ୮୮, ମୟୂରଭଞ୍ଜ ୮୩, ନୂଆପଡା ୭୭, କନ୍ଧମାଳ ୭୫, ନବରଙ୍ଗପୁର ୭୧, ଢେଙ୍କାନାଳ ୬୭, ଗଞ୍ଜାମ ୬୭, ନୟାଗଡ ୬୦, କେନ୍ଦୁଝର ୫୭, ବଲାଙ୍ଗୀରି ୪୬, କଳାହାଣ୍ଡି ୪୨, ବୌଦ୍ଧ ୩୪, ମାଲକାନଗିରି ୩୩, ଦେବଗଡ ୧୭, ଗଜପତି ୧୫ ଓ ଷ୍ଟେଟ ପୁଲରୁ ୨୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।