ସୁସ୍ଥହେଲେ ୪୦୯୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୪୦୯୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁଦ୍ଧା ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧୪୧୬୫୭ରେ ପହଞ୍ଚିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ଶନିବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୫ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ପୁରୀରୁ ୪୧୨ ସୁସ୍ଥ ହୋଇଥିବା ବେଳେ କଟକରୁ ୩୭୧, ବରଗଡ଼ ୧୬୯, ନବରଙ୍ଗପୁର ୧୬୦, ସୁନ୍ଦରଗଡ଼ ୧୫୫, କେନ୍ଦ୍ରାପଡ଼ା ୧୪୫, ରାୟଗଡ଼ା ୧୪୫, ଯାଜପୁର ୧୩୯, ବଲାଙ୍ଗିର ୧୨୩, ଜଗତସିଂହପୁର ୧୨୧, କୋରାପୁଟ ୧୨୦, ମୟୂରଭଞ୍ଜ ୧୧୫, ସୋନପୁର ୧୧୦, ଭଦ୍ରକ ୧୦୪, ସମ୍ୱଲପୁର ୯୯, ଝାରସୁଗୁଡ଼ା ୯୩, କେନ୍ଦୁଝର ୯୨, ବାଲେଶ୍ୱର ୯୧, ନୟାଗଡ଼ ୮୩, ନୂଆପଡ଼ା ୭୮, ଅନୁଗୋଳ ୬୬, ଗଞ୍ଜାମ ୫୬, ଢେଙ୍କାନାଳ ୫୦, କଳାହାଣ୍ଡି ୪୪, ମାଲକାନଗିରି ୪୪, କନ୍ଧମାଳ ୩୮, ବୌଦ୍ଧ ୧୮, ଗଜପତି ୧୮, ଦେବଗଡ଼ ୧୪ ଓ ଷ୍ଟେଟ୍‌ ପୁଲରୁ ୨୧୨ ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।