ସୁସ୍ଥହେଲେ ୪୦୯୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୪୦୯୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ସଂଖ୍ୟା ୨ ଲକ୍ଷ ୬ ହଜାର ୪୦୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ସୋମବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୩୮୬ ଜଣ, ବାଲେଶ୍ୱର ୩୩୬ ଜଣ, ନୂଆପଡ଼ା ୨୦୯ ଜଣ ଓ ଅନୁଗୁଳ ୧୬୫ ଜଣ, ମୟୁରଭଞ୍ଜ ୧୩୯, କେନ୍ଦୁଝର ୧୩୧, ଭଦ୍ରକ ୧୨୫, ଜଗତସିଂହପୁର ୧୨୩, କେନ୍ଦ୍ରାପଡ଼ା ୧୨୩, ଯାଜପୁର ୧୧୬, ବରଗଡ଼ ୧୧୦, ଢେଙ୍କାନାଳ ୧୦୭, ପୁରୀ ୧୦୪, ସୁନ୍ଦରଗଡ଼ ୮୨, ଝାରସୁଗୁଡ଼ା ୮୧, ନୟାଗଡ଼ ୭୯, ସମ୍ବଲପୁର ୭୮, କଳାହାଣ୍ଡି ଓ ନବରଙ୍ଗପୁରରୁ ୭୩ ଲେଖାଏଁ, ବଲାଙ୍ଗୀର ୭୦, କୋରାପୁଟ ୬୭,କନ୍ଧମାଳ ୬୫, ବୌଦ୍ଧ ୬୧,ସୋନପୁର ୪୬, ଗଞ୍ଜାମ ୪୨, ରାୟଗଡ଼ା ୪୨, ଗଜପତି ୩୬, ମାଲକାନଗିରି ୨୩, ଦେବଗଡ଼ ୧୫ ଓ ଷ୍ଟେଟ ପୁଲରୁ ୨୮୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।