ସୁସ୍ଥହେଲେ ୪୧୦୧ କରୋନା ଆକ୍ରାନ୍ତ

ଭୁବନେଶ୍ଵର : ରାଜ୍ୟରେ ଆଜି ୪୧୦୧ ଜଣ କରୋନା ଆକ୍ରାନ୍ତକ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୭ ହଜାର ୫୬୭ରେ ପହଂଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ଶୁକ୍ରବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୭୮୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୫୫୦ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ୨୯୮ ଜଣ, ବଲାଙ୍ଗୀର ୧୯୩ ଜଣ, ଯାଜପୁର ୧୬୯ ଜଣ, କେନ୍ଦ୍ରାପଡ଼ା ୧୩୨ ଜଣ, ସୁବର୍ଣ୍ଣପୁର ୧୨୧ ଜଣ, ଜଗତସିଂହପୁର, ନବରଙ୍ଗପୁର ୧୧୫ ଜଣ ଲେଖାଏଁ, ନୂଆପଡ଼ା ୧୧୨ ଜଣ ଓ କନ୍ଧମାଳରୁ ୧୦୨ ଜଣ ସୁସ୍ଥ ହୋଇଛନ୍ତି। ଏହାଛଡା ଗଂଜାମ ୯୮ ଜଣ, ବରଗଡ଼ ୯୪ ଜଣ, ରାୟଗଡ଼ା ୮୯ ଜଣ, ବାଲେଶ୍ୱର ୮୦ ଜଣ, ସମ୍ବଲପୁର ୭୮, ଭଦ୍ରକ, କେନ୍ଦୁଝର ୭୭ ଜଣ ଲେଖାଏଁ, କୋରାପୁଟ ୭୫ ଜଣ, କଳାହାଣ୍ଡି ୭୧ ଜଣ, ଝାରସୁଗୁଡ଼ା ୫୯ ଜଣ, ଢେଙ୍କାନାଳ ୫୨ ଜଣ, ମୟୂରଭଂଜ ୪୯ ଜଣ, ନୟାଗଡ଼ ୪୭ ଜଣ, ବୌଦ୍ଧ ୩୮ ଜଣ ଓ ମାଲକାନଗିରି ୩୪ ଜଣ, ଗଜପତି ୨୫ ଜଣ, ସୁନ୍ଦରଗଡ଼ ୨୩ ଜଣ, ଅନୁଗୁଳ ୧୬ ଜଣ, ଦେବଗଡ଼ ୧୦ ଜଣ, ୩୨୦ ଜଣ ଷ୍ଟେଟପୁଲ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।