ସୁସ୍ଥହେଲେ ୪୧୦୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୪୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨୦୨୩୦୨ରେ ପହଁଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛି।

ରବିବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୭୨୧ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୯୨ ଜଣ ସୁସ୍ଥ ହୋଇଥିବା ବେଳେ ଯାଜପୁରରୁ ୨୧୨, ଅନୁଗୋଳରୁ ୧୮୬, ଝାରସୁଗୁଡାରୁ ୧୫୪, ଜଗତସିଂହପୁରରୁ ୧୪୩, ମୟୂରଭଞ୍ଜରୁ ୧୩୯, ସମ୍ବଲପୁରରୁ ୧୨୮, ନୂଆପଡାରୁ ୧୧୮, କଳାହାଣ୍ଡିରୁ ୧୧୭, କେନ୍ଦୁଝରରୁ ୧୧୭, ବାଲେଶ୍ୱରରୁ୧୧୬, ସୁନ୍ଦରଗଡରୁ ୧୧୬, ବରଗଡରୁ ୧୧୪, କେନ୍ଦ୍ରାପଡାରୁ ୧୦୭, ନବରଙ୍ଗପୁରରୁ ୮୯, ବଲାଙ୍ଗୀରରୁ ୮୦, ଢେଙ୍କାନାଳରୁ ୭୫, କୋରାପୁଟରୁ ୭୩, ସୋନପୁରରୁ ୭୩, କନ୍ଧମାଳରୁ ୭୧, ଗଞ୍ଜାମରୁ ୬୭, ରାୟଗଡାରୁ ୬୪, ପୁରୀରୁ ୫୫, ନୟାଗଡରୁ ୫୦, ବୌଦ୍ଧରୁ ୪୪, ଗଜପତିରୁ ୪୦, ମାଲକାନଗିରିରୁ ୩୪, ଭଦ୍ରକରୁ ୧୬ ଓ ଦେବଗଡରୁ ୮ଜଣ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।