ସୁସ୍ଥହେଲେ ୪୧୨୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୪୧୨୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୮୫୯କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ବୁଧବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ୭୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ ୪୪୦ ଜଣ ସୁସ୍ଥ ହୋଇଥିବା ବେଳେ ପୁରୀ ୨୭୫ ଜଣ, ଯାଜପୁର ୨୭୨ ଜଣ, ନୂଆପଡ଼ା ୨୬୮ ଜଣ, ଅନୁଗୁଳ ୧୮୭ ଜଣ, ବରଗଡ଼ ୧୮୧ ଜଣ, ଢେଙ୍କାନାଳ ୧୫୦ ଜଣ, ମୟୂରଭଂଜ ୧୨୬ ଜଣ, ସୁବର୍ଣ୍ଣପୁର ୧୨୨ ଜଣ, କୋରାପୁଟ ୧୧୯ ଜଣ, ବାଲେଶ୍ୱର, ବଲାଙ୍ଗୀର ଜିଲ୍ଳାରୁ ୧୦୮ ଜଣ ଲେଖାଏଁ ଓ ଗଂଜାମ ଜିଲ୍ଲାରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ଏହାବ୍ୟତୀତ ଜଗତସିଂହପୁର ଜିଲ୍ଲାରୁ ୯୭ ଜଣ, କେନ୍ଦୁଝର ୮୩ ଜଣ, ବୌଦ୍ଧ ୭୬ ଜଣ, କେନ୍ଦ୍ରାପଡ଼ା ୭୫ ଜଣ, କନ୍ଧମାଳ ୬୯ ଜଣ, ଝାରସୁଗୁଡ଼ା ୬୬ ଜଣ, ସୁନ୍ଦରଗଡ଼ ୬୪ ଜଣ, ଭଦ୍ରକ ୬୨ ଜଣ, ରାୟଗଡ଼ା ୬୧ ଜଣ, ସମ୍ବଲପୁର ୬୦ ଜଣ, ନୟାଗଡ଼ ୫୬ ଜଣ, କଳାହାଣ୍ଡି ୫୧ ଜଣ, ଗଜପତି ୨୯ ଜଣ, ଦେବଗଡ଼, ନବରଙ୍ଗପୁର ଜିଲ୍ଲାରୁ ୨୪ ଜଣ ଲେଖାଏଁ ଓ ମାଲକାନଗିରି ଜିଲ୍ଲାରୁ ୧୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।