ସୁସ୍ଥହେଲେ ୪୨୧୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୪୨୧୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୮୫୭୦୦ରେ ପହଞ୍ଚିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ୍‌ ଜରିଆରେ ଏହି ସୂଚନା ଦେଇଛି।

ବୁଧବାର ତଥ୍ୟ ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୨୮ ଜଣ ସୁସ୍ଥ ହୋଇଛନ୍ତି। ସେହିପରି କଟକରୁ ୪୯୪, ପୁରୀରୁ ୨୬୪, ଝାରସୁଗୁଡ଼ାରୁ ୨୩୨, ଅନୁଗୋଳରୁ ୨୦୯, ଜଗତସିଂହପୁରରୁ ୧୬୩, କେନ୍ଦ୍ରାପଡ଼ାରୁ ୧୬୧, ମୟୂରଭଞ୍ଜରୁ ୧୫୩, ରାୟଗଡ଼ାରୁ ୧୩୨, ଯାଜପୁରରୁ ୧୨୯, ବଲାଙ୍ଗିରରୁ ୧୨୩, ବାଲେଶ୍ୱରରୁ ୧୧୯, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୧୩, ବରଗଡ଼ରୁ ୧୧୨, କନ୍ଧମାଳରୁ ୮୭, ଢେଙ୍କାନାଳରୁ ୮୫, କେନ୍ଦୁଝରରୁ ୮୩, ସୋନପୁରରୁ ୭୯, ନବରଙ୍ଗପୁରରୁ ୭୫, କୋରାପୁଟରୁ ୭୨, ଗଞ୍ଜାମରୁ ୬୧, ନୂଆପଡ଼ାରୁ ୬୦, ମାଲକାନଗିରିରୁ ୫୬, ସୁନ୍ଦରଗଡ଼ରୁ ୫୫, ନୟାଗଡ଼ରୁ ୫୪, ବୌଦ୍ଧରୁ ୪୯, ଗଜପତିରୁ ୩୯, କଳାହାଣ୍ଡିରୁ ୩୫, ଦେବଗଡ଼ରୁ ୨୧ ଓ ଷ୍ଟେଟ୍ ପୁଲରୁ ୧୬୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।