ସୁସ୍ଥହେଲେ ୭୫୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ୭୫୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏମାନଙ୍କୁ ମିଶାଇ ୨୧୨୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏହି ସୂଚନା ଦେଇଛନ୍ତି।

ଶନିବାର ସୂଚନା ଅନୁଯାୟୀ ଖୋର୍ଦ୍ଧାରୁ ସର୍ବାଧିକ ୧୬୨ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ଗଞ୍ଜାମରୁ ୧୩୯, କଟକରୁ ୭୫, ସୁନ୍ଦରଗଡ଼ରୁ ୫୮, ଗଜପତିରୁ ୪୯, ଭଦ୍ରକରୁ ୩୩, କେନ୍ଦୁଝରରୁ ୩୧, ପୁରୀରୁ ୨୮, ନୟାଗଡ଼ରୁ ୨୨, ରାୟଗଡ଼ାରୁ ୨୦, ବାଲେଶ୍ୱରରୁ ୧୯, କୋରାପୁଟରୁ ୧୮, ମାଲକାନଗିରି ୧୬, ନବରଙ୍ଗପୁରରୁ ୧୩, କନ୍ଧମାଳରୁ ୧୦, ସମ୍ୱଲପୁରରୁ ୧୦, ଯାଜପୁରରୁ ୯, କେନ୍ଦ୍ରାପଡ଼ାରୁ ୯, ଜଗତସିଂହପୁରରୁ ୮, ବରଗଡ଼ରୁ ୭, ଢେଙ୍କାନାଳରୁ ୬, ଝାରସୁଗୁଡ଼ାରୁ ୬, ବଲାଙ୍ଗିରିରୁ ୨, କଳାହାଣ୍ଡିରୁ ୨ ଓ ଅନୁଗୋଳରୁ ଜଣେ ଲେଖାଏ ସୁସ୍ଥ ହୋଇଛନ୍ତି।

ମତାମତ ଦିଅନ୍ତୁ ।