ସ୍ଵଦେଶୀ ବୁଲେଟ୍‌-ପ୍ରୁଫ୍ ଜ୍ୟାକେଟ୍‌ ସମ୍ଭାଳିବ ଏକେ-୪୭ ଗୁଳି ଚୋଟ

ହାଇଦ୍ରାବାଦ : ହାଇଦ୍ରାବାଦର କଞ୍ଚନବାଗ ଅଞ୍ଚଳରେ ଥିବା ‘ମିଶ୍ର ଧାତୁ ନିଗମ ଲିମିଟେଡ୍‌’ରେ (ମିଧାନି) ସେନାବାହିନୀ ପାଇଁ ନିର୍ମାଣ କରୁଛି ଆନ୍ତର୍ଜାତିକ ମାନର ବୁଲେଟ୍‌ ପ୍ରୁଫ୍‌ ଜ୍ୟାକେଟ୍‌ ଓ ହେଲ୍‌ମେଟ୍‌। ଏହାର ନିର୍ମାଣ ବୈଷୟିକ କୌଶଳ ‘ଭାବା ଆଟମିକ୍ ରିସର୍ଚ ସେଣ୍ଟର୍‌’ରେ ବିକଶିତ ହୋଇଥିବାରୁ ଏହାର ନାଁ ଦିଆଯାଇଛି ‘ଭାବା କବଚ’। ଏ କେ‌-୪୭ ବନ୍ଧୁକର ଗୁଳିକୁ ଏହି ଜ୍ୟାକେଟ୍‌ ପ୍ରତିରୋଧ କରିପାରିବ। ନମୁନା ସ୍ଵରୂପ କେତେ ଶହ ଖଣ୍ଡ ଏହି ଜ୍ୟାକେଟ୍‌ ପାରାମିଲିଟାରି ଫୋର୍ସଙ୍କ ପାଇଁ ଯୋଗାଇ ଦିଆଯାଇଛି।

‘ମିଧାନି’ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ସଞ୍ଜୟ କୁମାର ଝା କହିଛନ୍ତି ବିପୁଳ ପରିମାଣର ଏଭଳି ବୁଲେଟ୍‌ ପ୍ରୁଫ୍ ଜ୍ୟାକେଟ୍‌ ଯୋଗାଇ ଦେବାକୁ ଆମେ ବୈଷୟିକ ବିଦ୍ୟାରେ ପାରଙ୍ଗମତା ହାସଲ କରିଛୁ। ସମଗ୍ର ବିଶ୍ଵରେ ବିକଶିତ କରାଯାଉଥିବା ଗୁଳିଗୋଳା ଉପରେ ଆମେ ନଜର ରଖି ‘ଭାବା କବଚ’କୁ ଉନ୍ନତ କରିବୁ। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଓ ‘ବିଆଇଏସ୍ ଲେବେଲ୍‌-୬’ ବରାଦ ମୁତାବକ ଏହି ଜ୍ୟାକେଟ୍‌ ସବୁ ନିର୍ମିତ ହୋଇଛି। ଜ୍ୟାକେଟ୍‌ ବ୍ୟତୀତ ସଶସ୍ତ୍ରବାହିନୀ ଗାଡ଼ି ଲାଗି ସାଞ୍ଜୁ ଓ ହେଲ୍‌ମେଟ୍‌ ମଧ୍ୟ ପ୍ରସ୍ତୁତ କରାଯାଉଛି।

ମତାମତ ଦିଅନ୍ତୁ ।