ସ୍ୱାମୀ ଜଣେ : ୩ ଭଉଣୀ ପାଳିଲେ କରୱା ଚୌଥ

ଚିତ୍ରକୁଟ : କରୱା ଚୌଥରେ ସ୍ୱାମୀଙ୍କର ଦୀର୍ଘ ଆୟୁ କାମନା କରି ୩ ଜଣ ପତ୍ନୀ ଏକାଠି ପୂଜା କରିଛନ୍ତି। ତିନି ଭଉଣୀ ଜଣଙ୍କୁ ବିବାହ କରିଛନ୍ତି। ସମସ୍ତେ ବେଶ ଖୁସିରେ ସ୍ୱାମୀଙ୍କ ସହ ଚାନ୍ଦକୁ ଦେଖିଛନ୍ତି। ଏହି ଘଟଣା ଉତ୍ତର ପ୍ରଦେଶର। ଯାହା ଏବେ ଦେଶରେ ଚର୍ଚ୍ଚାର ବିଷୟ ହୋଇଛି।

ଖବର ଅନୁଯାୟୀ କ୍ରିଷ୍ଣା ନାମକ ଜଣେ ବ୍ୟକ୍ତିଙ୍କର ୩ ଜଣ ପତ୍ନୀ। ସେମାନେ ହେଲେ ୩ ଭଉଣୀ ଶୋଭା, ରାନୀ ଓ ପିଙ୍କି। ୧୨ ବର୍ଷ ତଳେ ସମସ୍ତେ ମିଳିତ ଭାବେ କ୍ରିଷ୍ଣାଙ୍କୁ ବୈଦିକ ରୀତିନୀତିରେ ବିବାହ କରିଥିଲେ। ୩ ଜଣ ପତ୍ନୀ ଏକାଠି ରହୁଛନ୍ତି। ସମସ୍ତଙ୍କର ଦୁଇଟି ଲେଖାଏ ସନ୍ତାନ ରହିଛି। ତେବେ କେମିତି କ୍ରିଷ୍ଣା ୩ ଭଉଣୀଙ୍କୁ ଏକାଠି ବିବାହ କଲେ ସେ ବିଷୟରେ ସେମାନେ କିଛି କହିନାହାନ୍ତି।

ମତାମତ ଦିଅନ୍ତୁ ।