ସ୍ଵାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ

ଆଗ୍ରା : ବାଇକରେ ଯାଉଥିବା ଦମ୍ପତିଙ୍କୁ ଅଟକାଇଥିଲେ ତିନିଜଣ ଯୁବକ। ମହିଳାଙ୍କୁ ଜଙ୍ଗଲକୁ ନେଇ କରିଥିଲେ ଦୁଷ୍କର୍ମ। ଏହାର ଭିଡିଓ ସୁଟ କରିବା ସହିତ ପୋଲିସ ଅଭିଯୋଗ କଲେ ହତ୍ୟା କରାଯିବ ବୋଲି ଧମକ ଦେଇଥିଲେ। ଏପରି ଅମାନବୀୟ ଘଟଣା ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାର ଏତ୍ମାଦପୁର ଥାନା ଅଞ୍ଚଳରେ ଘଟିଛି।

ଖବର ଅନୁଯାୟୀ ପୀଡିତ ଦମ୍ପତି ଗତ ସୋମବାର ସନ୍ଧ୍ୟା ୬ଟା ବେଳେ ବାଇକରେ ଯାଉଥିବା ବେଳେ ତିନିଜଣ ଯୁବକ ବୁଲେଟରେ ସେମାନଙ୍କୁ ଅଟକାଇ ଥିଲେ। ସ୍ଵାମୀଙ୍କୁ ମାଡ ମାରି ବନ୍ଧକ ରଖିବା ପରେ ସ୍ତ୍ରୀକୁ ଜଙ୍ଗଲ ଭିତରକୁ ଟାଣି ନେଇଥିଲେ। ଆଉ ସ୍ଵାମୀଙ୍କ ସାମ୍ନାରେ କରିଥିଲେ ଗଣଦୁଷ୍କର୍ମ। ଏହି ସମୟର ଭିଡିଓ ରେକର୍ଡିଂ କରିଥିଲେ ଦୁଷ୍କର୍ମକାରୀ। କଥା ଏତିକିରେ ସରିନଥିଲା ସ୍ଵାମୀ-ସ୍ତ୍ରୀ ପିନ୍ଧିଥିବା ଅଳଙ୍କାର ଓ ୧୦ହଜାର ଟଙ୍କା ଲୁଟି ନେଇଥି‌ଲେ।

ଘଟଣା ପରେ ପୀଡିତା ବାପ ଘରେ ପହଞ୍ଚିଥିଲେ। ସେଠାରୁ ହେଲ୍ପଲାଇନରେ ଫୋନ୍ କରିଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ଥାନାକୁ ଯାଇ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଏବେ ଅଭିଯୁକ୍ତଙ୍କୁ ଖୋଜିବା ସହିତ ପ୍ରମାଣ ସଂଗ୍ରହ କରୁଛି। ପ୍ରମାଣ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି।

Leave a Reply

Your email address will not be published. Required fields are marked *

Back to top button