ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଛି କି, ଶୋଇବା ଘରେ ରଖନ୍ତୁ ନାହିଁ ଏହି ଜିନିଷ

ସମସ୍ତେ ଚାହାନ୍ତି ବୈବାହିକ ଜୀବନ ସୁଖମୟ ହେଉ। ଦୁହିଁଙ୍କ ମଧ୍ୟରେ ଅତୁଟ ରହୁ ଭଲ ପାଇବା। କିନ୍ତୁ ଦେଖାଯାଏ ମାତ୍ର କୌଣସି କାରଣ ନଥାଇ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୁଏ। ଆଉ ଏହି କଳହ ତୁଟେ ନାହିଁ। ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଥାଏ। 

ଏହି କଳହ ପଛର କାରଣ ବେଡ଼ରୁମ ବା ଶୋଇବା ଘର ହୋଇପାରେ। କାରଣ ଶୋଇବା ଘରେ ଯଦି ଖଟ ଠିକ ସ୍ଥାନରେ ନ ପଡ଼ିନଥିବ ତେବେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗିରହିବ। କେବଳ ସେତିକି ନୁହେଁ ଖଟ ଠିକ ସ୍ଥାନରେ ପଡ଼ିନଥିଲେ ନକାରାତ୍ମକ ଶକ୍ତି ଘରକୁ ଆସିଥାଏ। ଯଦି ଆପଣ ଚାହୁଁଛନ୍ତି ଦୁହିଁଙ୍କ ମଧ୍ୟରେ କଳହ ନ ହେଉ ତେବେ ଆପଣାନ୍ତୁ ବାସ୍ତୁ ଶାସ୍ତ୍ରର ଏହି ଟିପ୍ସକୁ। 

୧. କେବେ ଶୋଇବା ଖଟକୁ ଝରକା କିମ୍ବା କାନ୍ଥକୁ ଲଗାଇକରି ରଖନ୍ତୁ ନାହିଁ। ଏଥିରେ ସ୍ଵାମୀ-ସ୍ତ୍ରୀଙ୍କ ମଧ୍ୟରେ ଦୂରତା ବଢ଼ିଯାଏ। ଅସହଯୋଗ ଭଳି ପ୍ରକୃତି ବୃଦ୍ଧି ପାଏ।  

୨. ଘରର ଛାତ ତଳେ ବିମ୍ ରହିବା ଭଲ ନୁହେଁ। ପରସ୍ପର ଭିତରେ କଳହ ଲାଗି ରହିବ। 

୩. ଗୋଟିଏ ଖଟରେ ମେଟ୍ରେସ ବା ଗଦି ଅଲଗା ଅଳଗା ହୋଇ ରହିବା ଭଲ ନୁହେଁ। ଏହାଦ୍ୱାରା ଦୁହିଁଙ୍କ ଭଲପାଇବାରେ ଦୂରତା ସୃଷ୍ଟି ହୋଇଥାଏ। 

୪. ଯେଉଁ ବେଡସିଟ ବା ଚାଦରରେ କଣା କିମ୍ବା ଚିରି ଯାଇଥିବ ତାକୁ କେବେ ଖଟରେ ପକାଇବେ ନାହିଁ। 

୫. ଖଟ ତଳେ କୈାଣସି ପ୍ରକାର ବସ୍ତୁ ରଖନ୍ତୁ ନାହିଁ। 

ମତାମତ ଦିଅନ୍ତୁ ।