ସ୍ଵାମୀ-ସ୍ତ୍ରୀକୁ ଗଛରେ ବାନ୍ଧି ଲୋକେ ପିଟିଲେ

ବାଲିଆପାଳ : ବାଲେଶ୍ଵର ଜିଲ୍ଲା ବାଲିଆପାଳରେ କଙ୍ଗାରୁ କୋର୍ଟ। ବାଡ଼ିରେ ଛେଳି ପଶିବାରୁ ସ୍ୱାମୀ ଓ ସ୍ତ୍ରୀକୁ ଗଛରେ ବାନ୍ଧି ଗାଁ ଲୋକେ ନିର୍ଦ୍ଧୁମ ପିଟିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ବାଲିଆପାଳ ଥାନା ରେମୁ ଗାଁର ଜଣେ ବ୍ୟକ୍ତି ଛେଳି ଚରେଇବା ପାଇଁ ଯାଇଥିଲେ। ଛେଳିଟି କାର୍ତ୍ତିକ ବିଶ୍ୱାଳଙ୍କ ବାଡ଼ିକୁ ପଶି ଯାଇଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଫଳରେ କେତେକ ବ୍ୟକ୍ତି ତାଙ୍କୁ ଅଟକ ରଖି ମାରପିଟ କରିବାରୁ ସ୍ଵାମୀଙ୍କୁ ଉଦ୍ଧାର କରିବାକୁ ପହଞ୍ଚିଥିଲେ। କିନ୍ତୁ ଲୋକେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ଗଛରେ ବାନ୍ଧି ଲୋକେ ନିସ୍ତୁକ ମାଡ଼ ମାରିଥିବା ଏକ ଭିଡିଓ ଭାଇରାଲ ହୋଇଛି। ଏନେଇ ବାଲିଆପାଳ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି। ହେଲେ ଘଟଣାକୁ ଗ୍ରାମବାସୀ ଅସ୍ଵୀକାର କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button