ସ୍ୱାମୀର ଫାର୍ସା ଚୋଟରେ ପତ୍ନୀ ଓ ୨ ଝିଅ ଗୁରୁତର

ଢେଙ୍କାନାଳ : କାମାକ୍ଷାନଗର ଥାନାର ଡିମିରିଆ ଗାଁରେ ସ୍ୱାମୀର ଫାର୍ସା ଚୋଟରେ ପତ୍ନୀ ଓ ଦୁଇଝିଅ ଆହତ ହୋଇଛନ୍ତି। ସେମାନଙ୍କୁ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ମିନାକ୍ଷୀଙ୍କ ଅବସ୍ଥା ଗୁରୁତର ହେବାରୁ କଟକ ବଡ଼ ମେଡିକାଲ୍‌କୁ ସ୍ଥାନାନ୍ତରିତ କରାଯାଇଛି।

ଖବର ଅନୁଯାୟୀ ଡିମିରିଆ ଗାଁର ପ୍ରାଣବନ୍ଧୁ ରାଉତ କାମଧନ୍ଦା ନକରି ଘରେ ବସୁଥିବାରୁ ପତ୍ନୀ ଏହାକୁ ବିରୋଧ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପ୍ରାଣବନ୍ଧୁ ପତ୍ନୀ ଓ ପିଲାଙ୍କ ଉପରେ ଆକ୍ରମଣ କରିଥିଲେ। ଘଟଣା ଘଟିବା ପରେ ଗ୍ରାମବାସୀ ତାଙ୍କୁ କାବୁ କରି କାମାକ୍ଷାନଗର ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆହତମାନେ ହେଲେ ପ୍ରାଣବନ୍ଧୁ ପତ୍ନୀ ମିନାକ୍ଷୀ ରାଉତ, ଝିଅ ଅଞ୍ଜଳୀ ଓ ନାବାଳିକା ଝିଅ ମୋନାଲିସା।

Leave a Reply

Your email address will not be published. Required fields are marked *

Back to top button