ସ୍ୱାମୀଙ୍କୁ ହତ୍ୟା କଲା ସ୍ତ୍ରୀ

କୋରାପୁଟ : ସ୍ୱାମୀଙ୍କୁ ହତ୍ୟା। ଏପରି ଜଘନ୍ୟ କାର୍ଯ୍ୟ କରିଛି ପତ୍ନୀ। ପଟାଙ୍ଗି ବ୍ଲକ ସାମ୍ବାଇ ପଞ୍ଚାୟତର ମଶାଣୀଗୁଡା ଗ୍ରାମର ଏହି ଘଟଣା ଘଟିଛି।

ଖବର ଅନୁଯାୟୀ କୋଟିଆ ପଞ୍ଚାୟତର ଟାଉପଦର ଗ୍ରାମର ସୁନ୍ଦୁରୁ ହାନ୍ତାଳ ପତ୍ନୀଙ୍କ କୁଜି ହନ୍ତାଳଙ୍କ ସହିତ ସହ ବନ୍ଧୁଘର ସାମ୍ବାଇ ପାଞ୍ଚାୟତର ମଶାଣୀଗୁଡା ଗ୍ରାମକୁ ଆସିଥିଲେ। କିନ୍ତୁ ଶନିବାର ସୁନ୍ଦୁରୁ ମୃତଦେହ ମଶାଣୀଗୁଡା ନିକଟସ୍ଥ ଜଙ୍ଗଲ କୁଡୁମା ପାହାଡରେ ପଡିଥିବା ସୂଚନା ମିଳିଥିଲା। ମୃତକଙ୍କ ପରିବାରବର୍ଗ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦେଖିଲା ବେଳକୁ ମୃତ ସୁନ୍ଦୁରୁର ମୁଣ୍ଡରେ ଆଘାତ ଲାଗିଛି। ବେକରେ ରସି ଚିହ୍ନ ରହିଥିବା ହେଁ ଗୁପ୍ତାଙ୍ଗରେ ଆଘାତ ଲାଗିଥିବା ଦେଖାଯାଇଥିଲା।

ସୁନ୍ଦୁରୁଙ୍କ ପରିବାରବର୍ଗ ପଟାଙ୍ଗି ଥାନାରେ ଏନେଇ ଅଭିଯୋଗ ଦାଖଲ କରିବାରୁ ପୋଲିସ ମୃତଦେହକୁ ଜବତ କରି ପଟାଙ୍ଗି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଛେଦ ପାଇଁ ପଠାଇଛନ୍ତି। ତେବେ ମୃତ ବ୍ୟକ୍ତିଙ୍କ ପତ୍ନୀ ସ୍ୱାମୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *

Back to top button