ସ୍ୱାମୀକୁ ଲୁହା ରଡ୍‌ରେ ପିଟି ମାରିଦେଲା ପତ୍ନୀ

ସୁନ୍ଦରଗଡ଼ : ତଳସରା ଥାନା ଅନ୍ତର୍ଗତ ଶୁଖାମହାଦେବ ମନ୍ଦିରପଡ଼ାରେ ହତ୍ୟାକାଣ୍ଡ। ସ୍ୱାମୀ ପ୍ରକାଶ କୁଜୁରୁଙ୍କୁ ପତ୍ନୀ ସୁଷମା କୁଜୁର ଲୁହା ରଡ୍‌ରେ ପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ପ୍ରକାଶ କୁଜୁର ରାଜ୍ୟ ବାହାରେ ଏକ ଘରୋଇ କମ୍ପାନୀରେ ଚାକିରି କରୁଥିଲେ। କରୋନା ଯୋଗୁ ସେଠାରୁ ପଳାଇଆସି ଘରେ ପତ୍ନୀ ଓ ଦୁଇ ପୁଅଙ୍କ ସହିତ ରହୁଥିଲେ। ପ୍ରତିଦିନ ମଦ ପିଇ ଘରକୁ ଆସି ପତ୍ନୀଙ୍କ ସହିତ ଝଗଡ଼ା କରୁଥିଲେ। ଗତକାଲି ରାତିରେ ମଧ୍ୟ ଝଗଡ଼ା ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ସୁଷମା ଲୁହା ରଡ୍‌ରେ ପ୍ରକାଶଙ୍କ ମୁଣ୍ଡକୁ ପିଟି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ତଳସରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ବେଳେ ସୁଷମାଙ୍କୁ ଥାନାରେ ଅଟକ ରଖିଛି। ଏହି ଦମ୍ପତ୍ତିଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣେ ନବମ ଓ ଅନ୍ୟ ଜଣେ ୬ଷ୍ଠ ଶ୍ରେଣୀରେ ପଢୁଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *

Back to top button