ସ୍ୱାମୀକୁ ମାରି ପାଣିଟାଙ୍କିରେ ଫିଙ୍ଗିଦେଲା ପତ୍ନୀ

ପୁଣେ : ସ୍ୱାମୀକୁ ହତ୍ୟା। ପତ୍ନୀ ମୁଣ୍ଡଗଣ୍ଡି ଅଲଗା କରି ପାଣିଟାଙ୍କି ଭିତରକୁ ଫୋପାଡ଼ି ଦେଲା ପତ୍ନୀ।
ସୋମବାର ସମ୍ପୃକ୍ତ ମହିଳାଙ୍କୁ ପୁଣେ ପୋଲିସ୍‌ ଗିରଫ କରି ରିମାଣ୍ଡ୍‌ରେ ନେଇଛି।

ଖବର ଅନୁଯାୟୀ ବିହାରର ଜ୍ଞାନୀଦେବୀ କ୍ରିଷ୍ଣାପ୍ରକାଶ ନାମକ ଜଣେ ମହିଳା ପ୍ରଥମ ସ୍ୱାମୀଙ୍କ ସହିତ ରହୁଥିଲେ। ୩ଟି ପିଲା ସତ୍ତ୍ୱେ କୃଷ୍ଣକୁମାର ଗୁରୁଚରଣ ପ୍ରସାଦ ନାମକ ଜଣେ ଯୁବକକୁ ଭଲପାଇ ବସିଲେ। ଏ କଥା ସ୍ୱାମୀ ଜାଣିବାରୁ ସେ ପିଲା ଓ ସ୍ୱାମୀକୁ ଛାଡ଼ି ପ୍ରେମିକ ସହ ଘର ଛାଡ଼ିଥିଲେ। ଦୁହେଁ ଏକ ମନ୍ଦିରରେ ବିବାହ କରି ପୁଣେ ଚାଲିଆସି ଏକ ନିର୍ମାଣଧିନ କୋଠାରେ ରିହିଥିଲେ।

ଦ୍ୱିତୀୟ ସ୍ୱାମୀ ଗୁରୁଚରଣ ପ୍ରସାଦ ପାଣି ପାଇପ୍‌ ଓ ସେଣ୍ଟରିଂ କାମ କରି ପୁଣେ ସହରରେ ଚଳୁଥିଲେ। କିନ୍ତୁ ପରେ ସ୍ୱାମୀ ଅନ୍ୟ ମହିଳାଙ୍କୁ ଘରକୁ ଆଣୁଥିଲା। ଏପରି କାର୍ଯ୍ୟକୁ ସେ ବିରୋଧ କରୁଥିଲେ ମଧ୍ୟ ଦ୍ୱିତୀୟ ସ୍ୱାମୀ ଶୁଣୁ ନଥିଲେ। ବିହାରରେ ଥିବା ପିଲାଙ୍କ ସହ ଫୋନ୍‌ ଯୋଗେ କଥା ହେବାରୁ ଗୁରୁଚରଣ ଫୋନ୍‌କୁ ଭାଙ୍ଗି ଦେଇଥିଲେ। ଏହାକୁ ନେଇ ସେ ପ୍ରତିଶୋଧ ପରାୟଣ ହୋଇ ଦ୍ୱିତୀୟ ସ୍ୱାମୀ ଗୁରୁଚରଣକୁ ହତ୍ୟାକରି ମୁଣ୍ଡ ଗଣ୍ଡିକୁ ଅଲଗା କରି ଗଣ୍ଡିକୁ ପାଣିଟାଙ୍କି ଭିତରେ ଫିଙ୍ଗିଦେଇଥିଲା।

ସ୍ଵାମୀଙ୍କୁ ହତ୍ୟା କରିବା ପରେ ଜ୍ଞାନୀଦେବୀ ବିଳମ୍ବିତ ରାତିରେ ପଡ଼ୋଶୀଙ୍କୁ କାନ୍ଦି ଜଣାଇଥିଲା ସ୍ୱାମୀ କୁଆଡ଼େ ଚାଲିଯାଇଛନ୍ତି। ଏନେଇ ପୋଲିସ୍‌ରେ ଅଭିଯୋଗ ହୋଇଥିଲା। ପୋଲସ୍‌ ଶବ ଟାଙ୍କି ଭିତରୁ ଜବତ କରିବା ସହ ଖୋଳତାଡ଼ ଆରମ୍ଭ କରିଥିଲା। ପୋଲିସ୍ ଜ୍ଞାନୀକୁ ପଚରାଉଚୁରା କରିବାରୁ ସେ ଦୋଷ ସ୍ୱୀକାର କରିଥିବା ସ୍ଥାନୀୟ ପୋଲିସ୍‌ ଅଧିକାରୀ କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button