ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ମହିଳା ଇନ୍ସପେକ୍ଟର

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁର ଥାନା ଆଇଆଇସି ସ୍ନିଗ୍ଧାରାଣୀ ସୁନା ତାଙ୍କ ଅଧ୍ୟାପକ ସ୍ୱାମୀଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଛନ୍ତି।

ସ୍ନିଗ୍ଧାରାଣୀ ରଘୁନାଥପାଲି ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ ୧୩ ବର୍ଷ ପୂର୍ବେ ତାଙ୍କର ବିବାହ ହୋଇଥିଲା। ବିବାହର ୩ ବର୍ଷ ପରଠାରୁ ସ୍ୱାମୀ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଛନ୍ତି। ଏହାଛଡା ହତ୍ୟା ଉଦ୍ୟମ କରିଥିଲେ। ନିର୍ଯାତନା ଅସହ୍ୟ ହେବାରୁ ସ୍ନିଗ୍ଧାରାଣୀ ଗତ ଗୁରୁବାର ରଘୁନାଥପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସ୍ନିଗ୍ଧାରାଣୀଙ୍କ ଅଭିଯୋଗ ଆଧାରରେ ଗତକାଲି ରଘୁନାଥପାଲି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ସ୍ନିଗ୍ଧାଙ୍କ ସ୍ୱାମୀ ଏବେ ପାନପୋଷ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଅଧ୍ୟାପକ ରହିଛନ୍ତି।

ମତାମତ ଦିଅନ୍ତୁ ।