ସ୍ୱାମୀଙ୍କୁ ଆକ୍ରମଣ କରି ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ

ବଲାଙ୍ଗିର : ସ୍ୱାମୀ ସାମ୍ନାରେ ସ୍ତ୍ରୀକୁ ଦୁଷ୍କର୍ମ ଉଦ୍ୟମ। ବିରୋଧ କରିବାରୁ ସ୍ୱାମୀକୁ ଭୁଜାଲିରେ ଆକ୍ରମଣ କରିବା ପରି ଲଜ୍ଜାଜଣକ ଓ ନୃଶଂସ ଘଟଣା ବଲାଙ୍ଗିର ସଦର ଥାନା ଅଞ୍ଚଳରେ ଘଟିଛି।

ଖବର ଅନୁଯାୟୀ ଶୁକ୍ରବାର ମଧ୍ୟାହ୍ନରେ ସଦର ଥାନା କୁଟୁମଡୋଳା ଗାଁର ସୁରେଶ ବରିହା ଓ ଶ୍ୟାମ ଚିନ୍ଦା ପ୍ରଚୁର ମଦ ପିଇ ଲୁଟ୍‌ ଉଦ୍ଦେଶ୍ୟରେ ଜଣଙ୍କ ଘରେ ପଶିଥିଲେ। ପ୍ରଥମେ ୧୦ ହଜାର ଟଙ୍କା ଓ ମୋବାଇଲ୍‌ ଲୁଟି କରିଥିଲେ। ଏହା ପରେ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ ଉଦ୍ୟମ। ସେହି ସମୟରେ ମହିଳାଙ୍କ ସ୍ୱାମୀ ବିରୋଧ କରିବାରୁ ଉତ୍‌କ୍ଷିପ୍ତ ହୋଇ ଦୁଇ ଅଭିଯୁକ୍ତ ତାଙ୍କୁ ଭୁଜାଳିରେ ଆକ୍ରମଣ କରିଥିଲେ। ତାଙ୍କର ହାତର ଆଙ୍ଗୁଠି କଟି ଯାଇଥିବା ବେଳେ ପେଟରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

ଘଟଣା ସମ୍ପର୍କରେ ପଡୋଶୀ ଜାଣିବା ପରେ ଆହତଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଥିଲେ ହେଁ ସ୍ବାସ୍ଥ୍ୟବସ୍ଥା ଉଦ୍‌ବେଗ ଜନକ ରହିଛି। ବଲାଙ୍ଗିର ସଦର ଥାନାରେ ଏନେଇ ଅଭିଯୋଗ ହେବାରୁ ପୋଲିସ ମାମଲା ରୁଜୁକରି ଦୁଇ ମଦ୍ୟପଙ୍କୁ ଅଟକ ରଖି ପଚରା ଉଚୁରା କରୁଛି। ତେବେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ସୁରେଶ ବରିହା ନାଁରେ ପୂର୍ବରୁ ଥାନାରେ ଅନେକ ସଂଗୀନ ମାମଲା ରହିଛି। ମଦ ନିଶାରେ ଗାଁ ଲୋକଙ୍କୁ ମାଡ଼ପିଟ୍‌ କରିବା ସୁରେଶର ପୁରୁଣା ଅଭ୍ୟାସ ବୋଲି କୁହାଯାଉଛି।

Leave a Reply

Your email address will not be published. Required fields are marked *

Back to top button