ସ୍ଵାମୀଙ୍କୁ ଛାଡ଼ପତ୍ର ଦେଇ ଶ୍ଵଶୁରଙ୍କୁ ବିବାହ

ନୂଆଦିଲ୍ଲୀ : ଆମେରିକାରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ଜଣେ ମହିଳା ସ୍ଵାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଶ୍ଵଶୁରଙ୍କୁ ବିବାହ କରିଛନ୍ତି।

ଖବର ଅନୁଯାୟୀ କେଣ୍ଟୁକି ସହରରେ ରହୁଥିଲେ ଏରିଆ କ୍ବିଗ୍ଲି ନାମକ ମହିଳା। ବୟସ ୩୧ବର୍ଷ। କିନ୍ତୁ ସେ ତାଙ୍କ ୬୦ବର୍ଷୀୟ ଶ୍ଵଶୁରଙ୍କୁ ବିବାହ କରିଥିବା ଜଣାପଡ଼ିଛି। ୨୦୦୯ରେ ଏରିକା ଜଷ୍ଟିନଙ୍କୁ ବିବାହ କରିଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୧୯ବର୍ଷ। ବିବାହ ପରେ ଦୁହିଁଙ୍କ ବୈବାହିକ ଜୀବନ ଠିକ ଭାବେ ଚାଲି ନଥିଲା। ୨୦୧୭ରେ ଏରିକା ଓ ଜଷ୍ଟିନଙ୍କ ବିବାହ ବିଚ୍ଛେଦ ହୋଇଥିଲା। ଏରିକା ଓ ଜଷ୍ଟିନଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛି।

ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ବିବାହ ବିଚ୍ଛେଦର ବର୍ଷେ ନପୂରୁଣୁ ଏରିକା ଅନ୍ତସତ୍ତ୍ଵା ହେବାରୁ ବୋହୂ ଓ ଶ୍ଵଶୁର ୨୦୧୮ରେ ବିବାହ କରିଥିଲେ। ଏରିକାଙ୍କ ଶ୍ଵଶୁର ଜେଫ ମଧ୍ୟ ତାଙ୍କ ସ୍ପତ୍ନୀଙ୍କୁ ୨୦୧୬ରେ ଛାଡ଼ପତ୍ର ଦେଇ କିଛିବର୍ଷ ବୋହୂ ଏରିକାଙ୍କ ଦୁଃଖସୁଖ ବୁଝି ଆସୁଥିଲେ।

ଏରିକା କହିଛନ୍ତି ମୁଁ ବିବାହ ପ୍ରସଙ୍ଗ ନେଇ ଜଷ୍ଟିନଙ୍କ ସହିତ କଥା ହୋଇଥିଲି। ସେ ଏହାକୁ ନେଇ ସକାରାତ୍ମକ ମନ୍ତବ୍ୟ ଦେଇଥିଲେ। କହିଥିଲେ ତୁମେ କାହାକୁ ଭଲ ପାଇବ ଏହା ନିଜ ଆୟତ୍ତରେ ନ ଥାଏ। ମୋର ଓ ଜଷ୍ଟିନଙ୍କ ମଧ୍ୟରେ କୌଣସି ପ୍ରକାର ସମସ୍ୟା ନାହିଁ।

ଜେଫ କହିଛନ୍ତି ଏରିକାଙ୍କ ମଧ୍ୟରେ ମୁଁ ମୋର ପ୍ରଥମ ପତ୍ନୀଙ୍କୁ ଦେଖେ। ଆମେ ଦୁହେଁ ବହୁତ ଖୁସିରେ ଅଛୁ। ଆମ ଭିତରେ ଥିବା ବୟସର ଫରକକୁ ନେଇ କେବେ ଚିନ୍ତା କରି ନାହୁଁ। ଏମିତି ଲୋକେ ମୋତେ କହିଥାଆନ୍ତି ମୁଁ ୪୦ରୁ ୪୫ବର୍ଷର ଲାଗିଥାଏ। ନିକଟରେ ଦୁହେଁ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି।

Leave a Reply

Your email address will not be published. Required fields are marked *

Back to top button