ସ୍ଵାମୀଙ୍କୁ ଟାଙ୍ଗିଆରେ ହାଣି ସ୍ତ୍ରୀ ଫେରାର

ନୂଆପଡ଼ା : ସ୍ଵାମିଙ୍କୁ ଟାଙ୍ଗିଆରେ ହାଣି ସ୍ତ୍ରୀ ଫେରାର। ଏପରି ଘଟଣା ନୂଆପଡ଼ା ଜିଲ୍ଲାର ବାଘମୁଣ୍ଡା ଗାଁରେ ଘଟିଛି। ଏହାକୁ ନେଇ ଚାରିଆଡେ ଚାଲିଛି ଚର୍ଚ୍ଚା।

ଖବର ଅନୁଯାୟୀ କୋମନା ଥାନା ଅନ୍ତର୍ଗତ ତରବୋଡ଼ ଫାଣ୍ଡି ଅଧୀନସ୍ଥ ବାଘମୁଣ୍ଡା ଗାଁର ଡିକସନ ସୁନାନୀ ଓ ସ୍ତ୍ରୀ ଟୁମିଙ୍କ ମଧ୍ୟରେ ଅନେକ ସମୟରେ ଝଗଡ଼ା ହେଉଥିଲା। କିନ୍ତୁ ଗତକାଲି ବିଳମ୍ବିତ ରାତିରେ ଝଗଡା ତୀବ୍ର ରୂପ ଧାରଣ କରିବାରୁ ଟୁମି ଟାଙ୍ଗିଆରେ ସ୍ଵାମୀ ଡିକସନ ବେକକୁ ଚୋଟ ପକାଇଥିଲା। ଡିକସନ ଚିତ୍କାର କରିବାରୁ ସେ କୁଆଡ଼େ ପଳାଇଥିଲେ। ପଡ଼ୋଶୀମାନେ ଡିକସନଙ୍କୁ ଗୁରୁତର ଅବସ୍ଥାରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବର ପାଇ ତରବୋଡ଼ ଫାଣ୍ଡି ଅଧିକାରୀ ଗାଁରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି।

ମତାମତ ଦିଅନ୍ତୁ ।