ସ୍ୱାମୀର ଆକ୍ରମଣରେ ସ୍ତ୍ରୀ ମୃତ

କଟକ : ପାରିବାରିକ କଳହରୁ ହତ୍ୟାକାଣ୍ଡ। ସ୍ୱାମୀର ଆକ୍ରମଣରେ ପତ୍ନୀର ମୃତ୍ୟୁ। କଟକ ସଦର ଥାନା ବମ୍ବିଲ ଗାଁରେ ଏହି ଘଟଣା ଘଟିଥିବା ସୂଚନା ମିଳିଛି।

ଖବର ଅନୁଯାୟୀ ବମ୍ବିଲ ଗାଁର ପ୍ରଦୀପ ଦାସଙ୍କ ଆକ୍ରମଣରେ ପତ୍ନୀ ଝୁନାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ହତ୍ୟାକାଣ୍ଡର ସଠିକ୍‌ ତଥ୍ୟ ମିଳିନଥିଲେ ହେଁ ପାରିବାରିକ କଳହକୁ ନେଇ ଏପରି ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ତେବେ ପୋଲିସ ଅଭିଯୁକ୍ତ ପ୍ରଦୀପ ଦାସଙ୍କୁ ଥାନାରେ ଅଟକ ରଖି ଛାନ୍‌ଭିନ୍‌ ଚଳାଇଛି। ଆବଶ୍ୟକପଡିଲେ ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦେଇଛି।

Leave a Reply

Your email address will not be published. Required fields are marked *

Back to top button