Breaking Newsପୁରାଣ-କଥା

ସ୍ଵପ୍ନରେ ପଶୁପକ୍ଷୀ ଦେଖିଲେ ଶୁଭ

ଗଭୀର ନିଦ୍ରାରେ ମଣିଷ ସ୍ଵପ୍ନ ଦେଖେ। ଏହା ଏକ ସାଧାରଣ କଥା। କିନ୍ତୁ ସ୍ଵପ୍ନ ଦେଇଥାଏ ଆଗକୁ ଘଟିବାକୁ ଥିବା ଘଟଣା ସମ୍ପର୍କରେ ସୂଚନା। ଏହା ଶାସ୍ତ୍ରରେ କୁହାଯାଇଛି। ହେଲେ ସମୟ ଅନୁସାରେ ସୁଫଳ ଓ କୁଫଳ ମିଳିଥାଏ। ତେଣୁ ସ୍ଵପ୍ନ ସହିତ ସମୟ ଆକଳନ କରିବା ହେଉଛି ସବୁଠାରୁ ଗୁରୁତ୍ଵପୂର୍ଣ୍ଣ। ତେବେ ସୂଚନା ରହିଛି ସ୍ଵପ୍ନରେ ପଶୁପକ୍ଷୀ ଦେଖିବା ବହୁତ ଶୁଭ। ଏପରି ସ୍ଵପ୍ନର ଦେଖିଲେ ଭବିଷ୍ୟତରେ ଧନପ୍ରାପ୍ତିର ସମ୍ଭାବନା ରହିଥାଏ।

ସ୍ଵପ୍ନ ଫଳ ଅନୁଯାୟୀ ଗାଈ ଦେଖିଲେ ବହୁତ ଶୁଭ। ହିନ୍ଦୁ ଧର୍ମରେ ଗାଈକୁ ଗୋମାତା ବିବେଚନା କରାଯାଇ ପୂଜା କରାଯାଏ। କୁହାଯାଇଛି ଗାଈ ଶରୀରରେ ୩୩ କୋଟି ଦେବାଦେବୀ ବାସ କରନ୍ତି। ତେଣୁ ସ୍ଵପ୍ନରେ ଗାଈ ଦେଖିଲେ ଏହା ହେଉଛି ଭବିଷ୍ୟତରେ ସଫଳତା ମିଳିବାର ସଂକେତ।

ସେହିପରି କ୍ଷୀର ଦେଉଥିବା ଗାଈକୁ ସ୍ଵପ୍ନରେ ଦେଖିଲେ ଘରେ ସୁଖ ସମୃଦ୍ଧି ଆସିଥାଏ। ଚିତା ଗାଈକୁ ସ୍ଵପ୍ନରେ ଦେଖିବା ଋଣ ବ୍ୟବସାୟରେ ଲାଭ ମିଳିବାର ସଂକେତ। ହାତୀ ଦେଖିବା ସମୃଦ୍ଧି ଓ ଐଶ୍ୱର୍ଯ୍ୟର ପ୍ରତୀକ ବୋଲି କୁହାଯାଏ।

ସ୍ଵପ୍ନରେ ପେଚା ଦେଖିଲେ ଶୁଭ। ଧନ ମିଳିବାର ସମ୍ଭାବନା ରହିଥାଏ। ଏହି ସ୍ଵପ୍ନ ଦେଖିବା ପରେ ମା’ ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଲାଲ ରଙ୍ଗର ବସ୍ତ୍ର ଅର୍ପଣ କରିବାକୁ ହେବ। ଶାସ୍ତ୍ରରେ ମାଛକୁ ମା’ ଲକ୍ଷ୍ମୀଙ୍କ ଆଗମନର ପ୍ରତୀକ ବୋଲି କୁହାଯାଏ।

ମତାମତ ଦିଅନ୍ତୁ ।

Back to top button