ସ୍ଵର୍ଗଦ୍ଵାରରେ ଶବଦାହ କଟକଣା ପୁଣି ମାସେ ବଢିଲା

ପୁରୀ : ସ୍ଵର୍ଗଦ୍ଵାରରେ ଶବ ସତ୍କାର ଓ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ ଲଗା ଯାଇଥିବା କଟକଣାକୁ ଆଉ ଏକ ମାସ ବୃଦ୍ଧି କରାଯାଇଛି। ଅର୍ଥାତ ରାଜ୍ୟ କିମ୍ବା ରାଜ୍ୟ ବାହାରର କୌଣସି ବ୍ୟକ୍ତି ସେପଟେମ୍ବର ୩୦ ପର୍ଯ୍ୟନ୍ତ ସ୍ଵର୍ଗଦ୍ଵାରରେ ଶବଦାହ କରିପାରିବେ ନାହିଁ। କିନ୍ତୁ ପୁରୀ ଜିଲ୍ଲାର ଲୋକେ ପୂର୍ବପରି ସ୍ଵର୍ଗଦ୍ଵାରରେ ଶବଦାହ ଓ ମହୋଦଧୀରେ ଚିତାଭସ୍ମ ବିସର୍ଜନ କରିପାରିବେ। ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା‌ ଜାରି କରାଯାଇଛି।

କରୋନା ସଂକ୍ରମଣକୁ ରୋକିବା ପାଇଁ ଜୁଲାଇ ୭ ତାରିଖରେ ସ୍ଵର୍ଗଦ୍ଵାରରେ ଶବଦାହ କଟକଣା ଲଗାଯାଇଥିଲା। ପରବର୍ତ୍ତୀ ଘୋଷଣା ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ। ଏବେ କଟକଣା ଅବଧିକୁ ପୁଣି ସେପଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।

ମତାମତ ଦିଅନ୍ତୁ ।