ସ୍ୱାସ୍ଥ୍ୟ ପାଇଁ ବର୍ଷା ଋତୁ ଅଧିକ ଘାତକ

ବର୍ଷା ଋତୁରେ ଡେଙ୍ଗୁ, ମାଲେରିଆ ଓ ଚିକେନଗୁନିଆ ଭଳି ରୋଗ ବ୍ୟାପିଥାଏ। କିଛି ଆୟୁର୍ବେଦିକ ଡାକ୍ତରଙ୍କ କହିବା ଅନୁସାରେ ବର୍ଷା ପାଗ ସ୍ୱାସ୍ଥ୍ୟ ପାଇଁ ସବୁଠାର ଖରାପ।

ଆୟୁର୍ବେଦିକ ଡାକ୍ତର ରେଖା ରାଧାମଣି ଏକ ଭିଡିଓ ଜାରି କରିଛନ୍ତି। ଯେଉଁଥିରେ ସେ ଏହି ଋତୁରେ ହେଉଥିବା ରୋଗ ଓ ଏହାର ଉପଚାର କଥା କରିଛନ୍ତି। ସେ କହିଛନ୍ତି ପ୍ରାୟତଃ ସବୁ ଋତୁରେ ଆମର ଶରୀର ଠିକ୍ ରହୁଥିବା ବେଳେ ବର୍ଷା ଋତୁରେ ସନ୍ତୁଳନ ଅଧିକ ବିଗିଡ଼ି ଯାଇଥାଏ। ଏହି ଋତୁରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଇଥାଏ। ଯେତେବେଳେ ଶରୀରରେ ଥିବା ଦୋଷ ଅର୍ଥାତ୍ ବାତ, ପିତ୍ତ ଓ କଫର ସନ୍ତୁଳତ ବିଗିଡ଼ି ଯାଏ, ଏହା ପରସ୍ପର ବିରୋଧରେ ଲଢ଼ନ୍ତି ଏବଂ ଏହାଦ୍ୱାରା ଆମକୁ କ୍ରୋନିକ୍ ଡିଜିଜର ସମସ୍ୟା ହୋଇଥାଏ। କ୍ରୋନିକ୍ ଡିଜିଜରୁ ରକ୍ଷା ଓ ଶରୀରକୁ ସୁସ୍ଥ ରଖିବା ପାଇଁ ପଞ୍ଚକର୍ମ, ସନ୍ତୁଳନ ଓ ହାଲୁକା ଆହାର ନେବା ଦରକାର ବୋଲି ଡାକ୍ତର ପରାର୍ମଶ ଦେଇଛନ୍ତି।

ସୁସ୍ଥ ରହିବା ପାଇଁ ଡାକ୍ତର ଆୟୁର୍ବେଦର ପଞ୍ଚକର୍ମର ପରାମର୍ଶ ଦେଇଛନ୍ତି। ଏହି ଥେରାପି ଶରୀରରେ ଏକ ନୂଆ ଊର୍ଜା ଦେବାର ଆୟୁର୍ବେଦିକ ଏକ ଉପଚାର। ଏହାଦ୍ୱାରା ଶରୀରର ଦୋଷ ଅସନ୍ତୁଳିତ ହୋଇନଥାଏ। ଶରୀରକୁ ସଂକ୍ରମଣ ସହ ଲଢ଼ିବା ପାଇଁ ପ୍ରସ୍ତୁତ କରିଥାଏ। ଏହି ପ୍ରକ୍ରିୟା ଶରୀରରେ ବିଷାକ୍ତ ପଦାର୍ଥକୁ ସଫା କରିବା ପାଇଁ ବ୍ୟବହୃତ କରାଯାଇଥାଏ। ଆୟୁର୍ବେଦ କହେ ଅସନ୍ତୁଳିତ ଦୋଷ ଶରୀରରେ ସମସ୍ତ ପ୍ରକାରର ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ। ତେଣୁ ପଞ୍ଚକର୍ମ ଏଥିପାଇଁ ସର୍ବୋତ୍ତମ ଥେରାପି। ବର୍ଷାରେ ଦୋଷ ଅସନ୍ତୁଳନ ହେବା ଦ୍ୱାରା ଆମକୁ ହଜମ ସମ୍ବନ୍ଧିତ ସମସ୍ୟା ଓ ଶାରୀରିକ ଦୁର୍ବଳତା ଲାଗିଥାଏ। ତେଣୁ ଅତ୍ୟଧିକ କାମ କରିବା ଅନୁଚିତ। ଯଦି ଏହି ଋତୁରେ ମଧ୍ୟମ ଧରଣର ବ୍ୟାୟାମ ଜାରି ରଖନ୍ତି ତାହେଲେ ତାହା ଭଲ। ଏଥିରେ ଯୋଗର ସାହାଯ୍ୟ ନିଆଯାଇପାରିବ।

ସମ୍ବନ୍ଧିତ ଖବର
between image and heading

Comments are closed.