ସ୍ୱାସ୍ଥ୍ୟକର୍ମୀଙ୍କ ପରିବାରଙ୍କୁ ଟିକା ନେଇ ଚିଠି

ଭୁବନେଶ୍ୱର : ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଯୋଗାଉଥିବା ଡାକ୍ତର, ନର୍ସ ଓ ପାରାମେଡିକ୍‌ ଷ୍ଟାଫଙ୍କ ପରିବାର ଲୋକଙ୍କୁ କରୋନା ଟିକା ଦିଆଯିବ। ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସବୁ ଜିଲ୍ଲାପାଳ, ମହାନଗର ନିଗମ କମିଶନର ଓ ସିଡିଏମ୍‌ଓ ମାନଙ୍କୁ ଚିଠି ଲେଖିଛନ୍ତି।

ଶ୍ରୀ ମହାପାତ୍ର ଚିଠିରେ ଲେଖିଛନ୍ତି ନିଜ ଜିଲ୍ଲା ଓ ମହାନଗର ନିଗମ ଅଞ୍ଚଳରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟିକା ଦିଆଯିବ। ରୋଗୀଙ୍କ ସେବା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ତାଙ୍କ ପରିବାର ଲୋକେ ଆସନ୍ତି। ତେଣୁ ସେମାନେ ସଂକ୍ରମିତ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ଟିକା ଦିଆଯିବା ଆବଶ୍ୟକ। ଚଳିତ ବର୍ଷ ଜାନୁଆରୀ ୧୬ ତାରିଖ ଠାରୁ ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀମାନଙ୍କ ପାଇଁ ଟିକାକରଣ ଆରମ୍ଭ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୫ ପ୍ରତିଶତ ସ୍ୱାସ୍ଥ୍ୟ କର୍ମୀ ଟିକା ନେଇ ସାରିଛନ୍ତି ବୋଲି ଏହି ଚିଠିରେ ଉଲ୍ଲେଖ ରହିଛି।

Leave a Reply

Your email address will not be published. Required fields are marked *

Back to top button