ସ୍ଵାସ୍ଥ୍ୟକର୍ମୀଙ୍କ ପାଇଁ ସଂଗରୋଧ ନିୟମ ବଦଳିଲା

ନୂଆଦିଲ୍ଲୀ : ରାଜ୍ୟ ସରକାର ସ୍ଵାସ୍ଥ୍ୟକର୍ମୀମାନଙ୍କ ପାଇଁ ରହିଥିବା ସଙ୍ଗରୋଧ ନିୟମରେ କେତେକ ସଂଶୋଧନ କରିଛନ୍ତି। ସଂପୂର୍ଣ୍ଣ ଡୋଜ୍ (୨ଟି ଡୋଜ୍ ) କରୋନା ଟିକା ନେଇଥିବା ସ୍ଵାସ୍ଥ୍ୟ କର୍ମୀମାନେ କୋଭିଡ୍ ସ୍ଵାସ୍ଥ୍ୟ କେନ୍ଦ୍ରରେ ୧୫ ଦିନ ସେବା ଯୋଗାଇବାପରେ ତାଙ୍କୁ ଆଉ ସଙ୍ଗରୋଧରେ ରହିବାକୁ ପଡ଼ିବ ନାହିଁ। ସେମାନେ ସ୍ଵାଭାବିକ କାର୍ଯ୍ୟ କରିଚାଲିବେ।

ସେବାରେ ନିୟୋଜିତ ଥିବା ସମୟରେ କୌଣସି ସ୍ଵାସ୍ଥ୍ୟକର୍ମୀଙ୍କ ଠାରେ ଯଦି ଲକ୍ଷଣ ଦେଖାଦିଏ ତେବେ ତାଙ୍କୁ ତୁରନ୍ତ ଅଲଗା ରଖାଯିବା ସହ ପରୀକ୍ଷା କରାଯିବ। ଏଥିସହ ସଂକ୍ରମଣ ରୋକିବାକୁ ଅନ୍ୟ ନିୟମାବଳୀ ଅନୁସରଣ କରାଯିବ। କୋଭିଡ୍ ଚିକିତ୍ସା କେନ୍ଦ୍ରରେ ଏସଓପି ଅନୁଯାୟୀ ସବୁ ପ୍ରକାରର ଗାଇଡଲାଇନ ପାଳନ କରାଯିବ। ପୁରୁଣା ସଙ୍ଗରୋଧ ନିଯମ ଅନୁଯାୟୀ ଏକ ରିଜର୍ଭ ବ୍ୟାଚ୍ ପ୍ରସ୍ତୁତ ରଖାଯାଉଥିବାବେଳେ ଏଥର ସେପରି କରିବାର ଆବଶ୍ୟକତା ନାହିଁ।

Leave a Reply

Your email address will not be published. Required fields are marked *

Back to top button