ଶ୍ୱଶୂର ଘର ଆଗରେ ବୋହୂର ଧାରଣା

ବ୍ରହ୍ମପୁର : ଯୌତୁକ ପାଇଁ ନିର୍ଯାତନା। ପରେ ଘରୁ ବାହାର କରି ଦିଆଯାଇଥିଲା। ଏହାର ପ୍ରତିବାଦ ଓ ନ୍ୟାୟ ପାଇଁ ଶ୍ୱଶୂର ଘର ଆଗରେ ଧାରଣା ଦେଇଛନ୍ତି ବୋହୂ। ବିଶ୍ୱମହିଳା ଦିବସରେ ଗଞ୍ଜାମ ଜିଲ୍ଲାରେ ଏପରି ଦେଖିବାକୁ ମିଳିଛି।

ଖବର ଅନୁଯାୟୀ ଖୋଡ଼ାସିଙ୍ଗି ବାଞ୍ଚାନିଧି ଅଞ୍ଚଳର ଡା. ଶାନ୍ତି ଭୂଷଣ ପାଠୀଙ୍କୁ ୨୦୧୫ ମସିହାରେ ରଣ୍ଢା ଅଞ୍ଚଳର ନିବେଦିତା ସାହୁ ବିବାହ କରିଥିଲେ। ବିବାହ ସମୟରେ ଦାବି ମୁତାବକ ଯୌତୁକ ଦିଆଯାଇଥିଲା। କିନ୍ତୁ ଶାଶୁଙ୍କ ପାଇଁ ସୁନା ନ ଆଣିବାରୁ ନିବେଦିତାଙ୍କୁ ନିର୍ଯାତନା ଦିଆଯିବା ସହିତ ରନ୍ଧାରେ ଭୁଲ ହେଲେ କାନ ଧରି ଉଠବସ୍‌ କରାଯାଉଥିବା ନିବେଦିତା ଅଭିଯୋଗ କରିଛନ୍ତି।

ନିବେଦିତା ନିର୍ଯାତନା ନେଇ ଥାନାରେ ଅଭିଯୋଗ କରିବାରୁ ତାଙ୍କ ଶ୍ୱଶୂର ଘରୁ ବାହାର କରି ଦେବାରୁ ସେ ବାପ ଘରକୁ ଚାଲି ଯାଇଥିଲେ। ଆଜି ଶାଶୁ ଘରକୁ ଆସିଥିଲେ ହେଁ କେହି କବାଟ ଖୋଲି ନଥିଲେ। ଶେଷରେ ନିବେଦିତା ଶ୍ୱଶୂର ଘର ସାମ୍ନାରେ ଧାରଣାରେ ବସିଛନ୍ତି। ତାଙ୍କ ସହ ମହିଳା ନେତ୍ରୀ ପ୍ରମିଳା ତ୍ରିପାଠୀ ମଧ୍ୟ ଧାରଣାରେ ବସିଛନ୍ତି।

Leave a Reply

Your email address will not be published. Required fields are marked *

Back to top button