ଶ୍ୱଶୁର ଘରୁ ଚୋରିକରି ଜ୍ୱାଇଁ ଗିରଫ

ଭୁବନେଶ୍ୱର : ରାଜଧାନୀର ଆଇଗିଣିଆ ଅଞ୍ଚଳରେ ଶ୍ୱଶୁର ଘରୁ ଚୋରି କରିଥିବା ଜ୍ୱାଇଁକୁ କମିଶନରେଟ ପୋଲିସ ଗିରଫ କରିଛି।

ଖବର ଅନୁଯାୟୀ ଆଇଗିଣିଆ ଅଞ୍ଚଳରେ ଚୋରି ହୋଇଥିଲା। ଏହି ମାମଲାର ପୋଲିସ ତଦନ୍ତ କରିବା ବେଳେ ସିସିଟିଭିରୁ ଜ୍ୱାଇଁର କାରନାମା ଧରାପଡ଼ିଲା। ପୋଲିସ ଜ୍ୱାଇଁକୁ ଗିରଫ କରିବା ସହିତ ଚୋରି ହୋଇଥିବା ଗୋଟିଏ ବାଇକ୍ ଓ ସୁନାଗହଣାକୁ ଜବତ କରିଥିବା ଜଣାପଡ଼ିଛି। ଜ୍ୱାଇଁ ରାଜଧାନୀର ଏକ ନାମିଦାମୀ ହୋଟେଲର କୁକ୍ ଥିବା ସୂଚନା ମିଳିଛି। ତେବେ ଏ ସମ୍ପର୍କରେ ଅଧିକ ସୂଚନା ମିଳିନାହିଁ।

Leave a Reply

Your email address will not be published. Required fields are marked *

Back to top button