ସ୍ୱେରେଜ କାମ କରୁଥିବା ଦୁଇ ଶ୍ରମିକଙ୍କ ମୃତ୍ୟୁ

କଟକ : ସିଡିଏ ସେକ୍ଟର ୧୦ ଅଞ୍ଚଳରେ ଆଜି ସ୍ୱେରେଜ କାମ କରୁଥିବା ଦୁଇଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି।

ଖବର ଅନୁଯାୟୀ ଗୁରୁବାର କଟକ ସିଡିଏ ସେକ୍ଟର ୧୦ରେ ସ୍ୱେରେଜ ଲାଇନ କାମ ଚାଲିଥିଲା। ୩ ଜଣ ଶ୍ରମିକ ଏଥିରେ ନିୟୋଜିତ ଥିଲେ। ଜଣେ ଶ୍ରମିକ କାମ କରିବାକୁ ଯାଇ ଫସିଯିବାରୁ ତାଙ୍କୁ ଉଦ୍ଧାର କରିବାକୁ ଆଉ ଜଣେ ଶ୍ରମିକ ଯାଇଥିଲେ। ସେମାନେ ଦୀର୍ଘ ସମୟ ବାହାରକୁ ନଆସିବାରୁ ତୃତୀୟ ଶ୍ରମିକ ଭିତରକୁ ଯାଇଥିଲେ। ସେ ନଆସିବାରୁ ଉପସ୍ଥିତ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। କିନ୍ତୁ ସେଠାରେ କଟକର ପି. ଶଙ୍କର ଓ ବଡମ୍ବା ଅଞ୍ଚଳର ବିଷ୍ଣୁ ନାୟକଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଟି. ଶିବା ନାମକ ଶ୍ରମିକଙ୍କର ଅବସ୍ଥା ଗୁରୁତର ରହିଥିବା ଜଣାପଡିଛି।

ଅନ୍ୟପକ୍ଷରେ କଟକ ତହସିଲଦାର ଓ କଟକ ମହାନଗର ନିଗମର ଡେପୁଟି କମିସନରଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ନଗର ଉନ୍ନୟନ ବିଭାଗର ସଚିବ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button