ଶ୍ୟାମ ଷ୍ଟିଲ ପକ୍ଷରୁ ବାତ୍ୟା ୟାସ୍‍ ପ୍ରଭାବିତଙ୍କ ପାଇଁ ରିଲିଫ ସହାୟତା

ଭୁବନେଶ୍ୱର : ଟିଏମ୍‍ଟି ବାର୍‍ର ଅନ୍ୟତମ ଅଗ୍ରଣୀ ଉତ୍ପାଦନକାରୀ ଓ ନିର୍ମାତା ଶ୍ୟାମ ଷ୍ଟିଲ ଇଣ୍ଡିଆ ଓଡ଼ିଶାରେ ବାତ୍ୟା ପ୍ରଭାବିତ ପରିବାର ପାଇଁ ରିଲିଫ ସାମଗ୍ରୀ ଆବଣ୍ଟନ କ୍ଷେତ୍ରରେ ସହାୟତାର ହାତ ବଢାଇଛି। ବାତ୍ୟା ଧ୍ୱଂସଲୀଳା ରଚାଇଥିବା ବଙ୍ଗାଳି ସାହି, କରଞ୍ଜଗାଡିଆ, ଚାନ୍ଦିମାଳ ଆଦି ଅଞ୍ଚଳରେ କମ୍ପାନୀ ଏକାଧିକ ଶିବିର ସ୍ଥାପନ କରିଛି। ଉକ୍ତ ଅଞ୍ଚଳର ସମସ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସମସ୍ତ ଶିବିରରୁ ରିଲିଫ ସାମଗ୍ରୀ ବଣ୍ଟନ କରାଯିବ।

ବାତ୍ୟା ଦ୍ୱାରା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିବା ଭଦ୍ରକ ଜିଲାରେ ରିଲିଫ ଓ ପୁନଃଥଇଥାନ କାର୍ଯ୍ୟକଳାପରେ ସହାୟତା କରିବାକୁ ଶ୍ୟାମ ଷ୍ଟିଲ ଇଣ୍ଡିଆ ଆଗେଇ ଆସିଛି। ଶିବିରଗୁଡିକରେ ଯୋଗାଇ ଦିଆଯିବାକୁ ଥିବା ରିଲିଫ ସାମଗ୍ରୀ ମଧ୍ୟରେ ଚୁଡା, ଗୁଡ, ବିସ୍କୁଟ, ବୋତଲ ପାଣି, ମହମବତୀ, ଦିଆସିଲି ଓ ତାରପୋଲିନ ଆଦି ଅନ୍ତର୍ଭୁକ୍ତ। ଶ୍ୟାମ ଷ୍ଟିଲ ଇଣ୍ଡିଆର ଡାଇରେକ୍ଟର ଲଳିତ ବେରିୱାଲା କହିଛନ୍ତି ବିଧ୍ୱଂସୀକାରୀ ବାତ୍ୟା ଦ୍ୱାରା ଯେଉଁମାନେ ପ୍ରଭାବିତ ହୋଇଛନ୍ତି ସେମାନଙ୍କ ପ୍ରତି ମୁଁ ମୋ ହୃଦୟରୁ ସମବେଦନା ଜଣାଉଛି। ଏହି ଜଟିଳ ସମୟରେ ଶ୍ୟାମ ଷ୍ଟିଲ ଇଣ୍ଡିଆ ପରିବାର ପ୍ରତ୍ୟେକଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ ଛିଡାହୋଇଛି। ଆମେ ସମସ୍ତେ ମିଳିତ ଭାବରେ ଏହାର ମୁକାବିଲା କରୁଛୁ। ବାତ୍ୟା ଦ୍ୱାରା ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳଗୁଡିକରେ ଆମେ ରିଲିଫ ସାମଗ୍ରୀ ବଣ୍ଟନ କାର୍ଯ୍ୟ ଆରମ୍ଭ କରିଛୁ। ଓଡ଼ିଶାରେ ରହିଥିବା ଆମର ଏକ ଦଳ ପ୍ରଭାବିତ ଲୋକଙ୍କୁ ଜରୁରୀକାଳୀନ ଭିତ୍ତିରେ ରିଲିଫ ସାମଗ୍ରୀ ବଣ୍ଟନ କରୁଛନ୍ତି। ଏହି ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟରେ ଆମେ ଅଧିକ ସହାୟତା ଯୋଗାଇଦେବୁ।

ଚଳିତ ମଇ ମାସ ୨୬ ତାରିଖରେ ଅତି ଭୀଷଣ ବାତ୍ୟା ୟାସ୍‍ ଧ୍ୱଂସଲୀଳା ସୃଷ୍ଟି କରିଥିବାବେଳେ ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ସମୁଦ୍ର ପାଣି ଅନେକ ଗ୍ରାମକୁ ମାଡିଆସି ଝାଟିମାଟି ଘର, ସଡକ ଓ ଗଛ ଆଦିକୁ ଭସାଇ ନେଇଥିଲା। ବୁଧବାର ସକାଳେ ବାତ୍ୟା ସ୍ଥଳଭାଗ ଛୁଇଁଥିବା ଜିଲାଗୁଡିକରେ ଧ୍ୱଂସ ସ୍ତୁପ ଛାଡିଯାଇଛି। ବାତ୍ୟା ଉପକୂଳରେ ପହଞ୍ଚିବାରେ କେଇଘଣ୍ଟା ଧରି ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡିବା, ବଡ ବଡ ଡାଳ ଭାଙ୍ଗିବା, ଚାଳ ଛପର ଆକାଶରେ ଉଡିବା ଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *

Back to top button