ତହସିଲଦାରଙ୍କ ଗାଡ଼ି ଉପରେ ଆକ୍ରମଣ

ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ତହସିଲଦାରଙ୍କ ଗାଡି ଉପରେ ପଥର ମାଡ଼ ଯୋଗୁ ଡ୍ରାଇଭର, ଆରଆଇ ଓ ଆଉ ଜଣେ କର୍ମଚାରୀ ଆହତ ହୋଇଛନ୍ତି। ତହସିଲଦାର ଏଥିରୁ ବର୍ତ୍ତି ଯାଇଥିଲେ ହେଁ ପଥର ମାଡ଼ରେ ଗାଡ଼ି ଭାଙ୍ଗି ରୁଜି ଯାଇଥିବା ଅଭିଯୋଗ ହୋଇଛି।

ଖବର ଅନୁଯାୟୀ ତହସିଲଦାର ଅଶ୍ୱିନୀ ଦାଶ ଗତକାଲି କର୍ମଚାରୀଙ୍କ ସହିତ ଏକ ପଥର ଖଣିକୁ ଚଢ଼ଉ କରିବାକୁ ଯାଇଥିଲେ। ସେଠାରୁ ଏକ ଚୋରା ଗାଡ଼ି ଜବତ କରି ଫେରୁଥିବା ସମୟରେ ବେଣ୍ଟ ଛକ ନିକଟରେ କିଛିଲୋକ ତହସିଲଦାରଙ୍କ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଆହତ ହୋଇଥିବା ଡ୍ରାଇଭର, ଆରଆଇ ଓ ଆଉ ଜଣେ କର୍ମଚାରୀଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତହସିଲଦାର ଚାନ୍ଦପୁର ଥାନାରେ ଏନେଇ ଏତଲା ଦେଇଛନ୍ତି।

ମତାମତ ଦିଅନ୍ତୁ ।