ତହସିଲଦାରଙ୍କୁ ଘେରିଲେ ବ୍ୟବସାୟୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ତହସିଲଦାରଙ୍କୁ ଆଜି କଙ୍କୋରଡ଼ା ଗାଁ’ରେ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ଘେରାଉ କରିଥିବା ଖବର ମିଳିଛି। କରୋନା କଟକଣା ଉଲଂଘନ କରି ଦୋକାନ ଖୋଲା ଯାଉଥିବା ଖବର ପାଇବା ପରେ ଗୁରୁବାର ତହସିଲଦାର ଓ କିଛି କର୍ମଚାରୀ ଦୋକାନ ସିଲ୍‌ କରିବାକୁ କଙ୍କୋରଡ଼ା ଗାଁ’ରେ ପହଞ୍ଚିଥିଲେ। ଏହି ସମୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ। ଏହାପରେ ବ୍ୟବସାୟୀ ଓ ସ୍ଥାନୀୟ ଲୋକେ ତହସିଲଦାର ଓ କର୍ମଚାରୀମାନଙ୍କୁ ଅଟକାଇଥିଲେ। ଘଟଣାସ୍ଥଳରେ ପାଟପୁର ପୋଲିସ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବାରୁ ସେମାନେ ତହସିଲଦାର ଓ କର୍ମଚାରୀଙ୍କୁ ଛାଡି ଦେଇଥିଲେ।

ମତାମତ ଦିଅନ୍ତୁ ।