ଟାଇଟ୍ ପ୍ୟାଣ୍ଟ ପିନ୍ଧି ମହିଳା ସାଂସଦ ହଟହଟ୍ଟା : ବାଚସ୍ପତି ସଂସଦରୁ ବାହାର କରିଦେଲେ

ଡୋଡୋମା : ପୂର୍ବ ଆଫ୍ରିକାର ତାନଜେନିଆର ମହିଳା ସାଂସଦ କାନଡେସ୍ଟର ସିଚଓ୍ୱାଲେଙ୍କୁ ଟାଇଟ୍ ଫିଟିଂ ପ୍ୟାଣ୍ଟ ପିନ୍ଧିବା ଯୋଗୁ ହଟହଟ୍ଟା ହେବାକୁ ପଡିଛି। ବାଚସ୍ପତି ଜବ ଡୁଗାଇ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିବା ସହିତ ସଂସଦରୁ ବାହାରି ଯିବାକୁ ସାଂସଦଙ୍କୁ କହିଥିବା ଜଣାପଡିଛି।

ଖବର ଅନୁଯାୟୀ ତାନଜେନିଆର ବାଚସ୍ପତି ଜବ ଡୁଗାଇ ମହିଳା ସାଂସଦଙ୍କୁ କହିଥିଲେ ଯାଆନ୍ତୁ ପ୍ରଥମେ ଢଙ୍ଗରେ ପୋଷାକ ପିନ୍ଧି ପରେ ସଂସଦକୁ ଆସିବେ। ଏହାକୁ ନେଇ ତାନେଜେନିଆର ଜଣେ ସାମ୍ବାଦିକ ଲୁଇସ୍ ଜଡରଙ୍ଗ ଏହି ଘଟଣାକୁ ନେଇ ଟ୍ୱିଟ୍ କରିଛନ୍ତି। ମହିଳା ସାଂସଦ କାନଡେସ୍ଟର ସିଚଓ୍ୱାଲେ ସଂସଦକୁ ଏକ କଳା ରଙ୍ଗର ଟାଇଟ୍ ଫିଟିଂ ଟ୍ରାଉଜର ପ୍ୟାଣ୍ଟ ଓ ହଳଦିଆ ରଙ୍ଗର ଟପ୍ ପିନ୍ଧି ଯାଇଥିଲେ।

ଏହି ଘଟଣାକୁ ନେଇ ସାଂସଦ ହୁସେନ ଅମର ପ୍ରତିକ୍ରିୟା ରଖି କିଛି ଭଉଣୀ ଅଜବ ପ୍ରକାରର ପୋଷାକ ପିନ୍ଧୁଛନ୍ତି। ଏଭଳି ପୋଷାକ ପିନ୍ଧି ସେମାନେ ସମାଜକୁ ପ୍ରକାର ବାର୍ତ୍ତା ଦେଉଛନ୍ତି। ସଂସଦରେ ସମାଜର ଚିନ୍ତାଧାରା ପ୍ରତିଫଳନ ହୁଏ। ସଂସଦର ନିୟମ ବାବଦରେ ସେ କହିଛନ୍ତି ମହିଳାମାନେ କାହିଁକି ଜିନ୍ସ ପିନ୍ଧି ସଂସଦକୁ ଆସିବେ ନାହିଁ। ତେବେ ଏଭଳି ମତ ଓ ବାଚସ୍ପତିଙ୍କ ନିର୍ଦ୍ଦେଶକୁ ଅନ୍ୟ ମହିଳା ସାଂସଦ ବିରୋଧ କରିଛନ୍ତି। ସେମାନେ କହିଛନ୍ତି କାନଡେସ୍ଟରଙ୍କୁ ସଂସଦରେ ବାହାର କରିଦେବା ଠିକ୍ ହୋଇନି। ଏଥିପାଇଁ ବାଚସ୍ପତି କ୍ଷମା ପ୍ରାର୍ଥନା କରିବାକୁ ସେମାନେ ଦାବି କରିଛନ୍ତି। ଯାହା ସୂଚନା ରହିଛି ବାଚସ୍ପତି କେବଳ ମହିଳା ସାଂସଦଙ୍କ ପୋଷାକ ଉପରେ ପ୍ରଥମେ ଆପତ୍ତି ଉଠାଇଛନ୍ତି ତାହାନୁହେଁ ପୂର୍ବରୁ ସଂସଦର ସୁରକ୍ଷାକର୍ମୀଙ୍କୁ ମଧ୍ୟ ଏପରି କହିଥିବା କହିଛନ୍ତି।

Leave a Reply

Your email address will not be published. Required fields are marked *

Back to top button