ଟ୍ରାକ୍ଟର ଓଲଟି ୨୪ ଆହତ

ନାରାୟଣପାଟଣା : କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ଏକ ଚାଉଳ ଟ୍ରାକ୍ଟର ଓଲଟି ୨୪ ଜଣ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଖବର ଅନୁଯାୟୀ ତେନ୍ତୁଳିପଦର ପଞ୍ଚାୟତର ନାରଙ୍ଗ ଓ ଯୋଡିଜାମ୍ବର ୨୪ ଜଣ ଏକ ଟ୍ରାକ୍ଟରରେ ପିଡିଏସ ଚାଉଳ ଧରି ଗ୍ରାମକୁ ଫେରୁଥିଲେ। ମଙ୍ଗଳବାର ଅପରାହ୍ନରେ ପିପଳପଦରଠାରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଟ୍ରାକ୍ଟରରେ ବସିଥିବା ସମସ୍ତେ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୬ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ନାରାୟଣପାଟଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ମତାମତ ଦିଅନ୍ତୁ ।