ତାମିଲ ଟିଭି ଧାରାବାହିକ ଅଭିନେତାଙ୍କୁ ହତ୍ୟା

ଚେନ୍ନାଇ : ଲୋକପ୍ରିୟ ତାମିଲ ଟିଭି ଧାରାବାହିକ ଥେନମୋଝି ବିଏରେ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ସେଲଭାରାଥିନମଙ୍କୁ ଚେନ୍ନାଇରେ ହତ୍ୟା କରାଯାଇଛି।

ଖବର ହେଲା ଶନିବାର ସେଲଭାରାଥିନମ ସୁଟିଂ ପାଇଁ ଯାଇନଥିଲେ। ରବିବାର ସକାଳେ ତାଙ୍କ ପାଖକୁ ଫୋନ୍ ଆସିଥିଲା। ଫୋନ ପାଇ ସେ ଚାଲି ଯିବାର ଅଳ୍ପ ସମୟ ପରେ ତାଙ୍କ ରୁମମେଟଙ୍କୁ ସୂଚନା ମିଳିଥିଲା ସେଲଭାରାଥିନମଙ୍କୁ ହତ୍ୟା କରାଯାଇଛି। ଏମଜିଆର ନଗର ପୋଲିସ୍ ଷ୍ଟେସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସେଲଭାରାଥିନମଙ୍କ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା।

ସିସିଟିଭି ଫୁଟେଜରେ ଘଟଣାସ୍ଥଳରେ ୪ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଛି। ୪ଜଣ ସନ୍ଦିଗ୍ଧ ଏକ ଅଟୋ ରିକ୍ସାରେ ଆସିଥିଲେ। ଗୋଟିଏ ସ୍ଥାନରେ ସେଲଭାରାଥିନମଙ୍କ ସହିତ ସେମାନେ କିଛି ସମୟ କଥା ହୋଇଥିଲେ। ପୋଇସ ଏହାକୁ ଆଧାର କରି ତଦନ୍ତ ଆରମ୍ଭ କରିଛି। ଏହାଛଡା ସେଲଭାରାଥିନମ ପୋଲିସ୍ ସେଲଭାରାଥିନମଙ୍କ କଲ୍ ରେକର୍ଡ଼ ପୋଲିସ ଯାଞ୍ଚ କରୁଛି। ଯେଉଁ ଫୋନ୍ ନମ୍ବର ଗୁଡ଼ିକରେ ସେ ବାରମ୍ବାର ଫୋନ୍ କରିଛନ୍ତି ତାହାର ଏକ ସେଟ୍ ତଦନ୍ତ ଅଧିକାରୀଙ୍କୁ ମିଳିଛି।

ସେଲଭାରାଥିନମ ଜଣେ ଶ୍ରୀଲଙ୍କା ଶରଣାର୍ଥୀ। ସେ ୧୦ବର୍ଷ ହେବ ଭାରତରେ ରହୁଥିଲେ। ତାଙ୍କ ପରିବାର ଲୋକେ କହିଛନ୍ତି ସେଲଭାରାଥିନମଙ୍କର କାହା ସହିତ କୌଣସି ଶତ୍ରୁତା ନଥିଲା।

ମତାମତ ଦିଅନ୍ତୁ ।