ତାମିଲନାଡୁ ୩୧ ଅକ୍ଟୋବର ଯାଏ ଲକଡାଉନ୍

ଚେନ୍ନାଇ : ଦେଶରେ ସର୍ବାଧିକ କରୋନା ପ୍ରଭାବିତ ରାଜ୍ୟ ତାଲିକାରେ ରହିଛି ତାମିଲନାଡୁ। ସେଥିପାଇଁ ସଂକ୍ରମଣ ରୋକିବା ନିମନ୍ତେ ତାମିଲନାଡୁ ସରକାର ଆସନ୍ତା ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ଘୋଷଣା କରିଛନ୍ତି।

ଅକ୍ଟୋବର ୧ରୁ ଦଶମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲକୁ ସ୍ୱେଚ୍ଛାକୃତ ଭାବେ ଆସିବା ନେଇ ପୂର୍ବ ଆଦେଶ ଉପରେ ସରକାର ପୂର୍ବରୁ ରୋକ୍ ଲଗାଇଛନ୍ତି। କାରଣ କରୋନା ସଂକ୍ରମଣ ଅଭିଭାବକମାନେ ପିଲାମାନଙ୍କୁ ବିଦ୍ୟାଳୟକୁ ପଠାଇବାକୁ ମନା କରିଦେଇଥିଲେ। ମୁଖ୍ୟମନ୍ତ୍ରୀ କେ ପଲାନିସ୍ୱାମୀ କହିଛନ୍ତି ଜିଲ୍ଲା ମାଜିଷ୍ଟ୍ରେଟ ଓ ଡାକ୍ତରୀ ଦଳଙ୍କ ସହ ବୈଠକର ନିଷ୍ପତ୍ତି ଅନୁଯାୟୀ ଶିକ୍ଷକ ମାନଙ୍କ ମାର୍ଗ ଦର୍ଶନ ନିଷ୍ପତ୍ତିକୁ ସରକାର ସ୍ଥଗିତ ରଖିଛନ୍ତି। ସେହିପରି ଶିକ୍ଷାନୁଷ୍ଠାନ, ମନୋରଞ୍ଜନ କେନ୍ଦ୍ର, ସଂଗ୍ରହାଳୟ ବନ୍ଦ ରହିବ। ଏହାଛଡା ଉପାନ୍ତ ସହରରେ ଟ୍ରେନ୍ ସେବା ସ୍ଥଗିତ ରହିବ ବୋଲି ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ କହିଛନ୍ତି।

ମତାମତ ଦିଅନ୍ତୁ ।