ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଏଆଇଏଡିଏମ୍କେର ପ୍ରାର୍ଥୀ ଘୋଷଣା

ଚେନ୍ନାଇ : ତାମିଲ୍ନାଡୁର ଶାସକ ଦଳ ଏଆଇଏଡିଏମ୍କେ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ଏହି ତାଲିକାରେ ମୁଖ୍ୟମନ୍ତ୍ରୀ ଇକେ ପଲାନୀସ୍ଵାମୀ ଓ ଉପମୁଖ୍ୟମନ୍ତ୍ରୀ ଓ. ପନୀରସେଲ୍ଭମଙ୍କ ସମେତ ୬ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ପଲାନୀସ୍ଵାମୀ ନିଜ ଘର ସେଲମ୍ ଜିଲ୍ଲାର ଏଡପ୍ପାଦୀ ନିର୍ବାଚନ ମଣ୍ଡଳିରୁ ନିର୍ବାଚନ ଲଢ଼ିବେ। ବୋନ୍ଦିନୟାଗନୁରୁରୁ ନିର୍ବାଚନ ଲଢ଼ିବେ ଉପମୁଖ୍ୟମନ୍ତ୍ରୀ ଓ. ପନୀରସେଲ୍ଭମ।
ସେହିପରି ରୋୟାପୁରମ୍ରୁ ଡି ଜୟ କୁମାର, ଭିଲୁୁପୁରମ୍ରୁ ସିଭି ସାନ୍ମୁଗାମ୍, ଶ୍ରୀଭାଇଗୁନ୍ଦମ୍ରୁ ସାନମୁଗନାଥନ୍ ଓ ନିଲାକୋଟାଇରୁ ଏସ୍ ଥେନ୍ମୋଜି ନିର୍ବାଚନ ଲଢ଼ିବେ। ୨୩୪ ସଦସ୍ୟ ବିଶିଷ୍ଟ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ଏପ୍ରିଲ ୬ ତାରିଖରେ ଏକକ ପର୍ଯ୍ୟାୟ ମତଦାନ ହେବ। ମେ ୨ ତାରିଖରେ ଭୋଟ୍ ଗଣନା ହେବ।