ତାମିଲନାଡ଼ୁ ଡିଏମକେ ଓ କେରଳରେ ବାମମେଣ୍ଟ କରିବ ସରକାର

ଚେନ୍ନାଇ : ତାମିଲନାଡ଼ୁରେ ଏମକେ ଷ୍ଟାଲିନଙ୍କ ନେତୃତ୍ଵାଧୀନ ଡିଏମକେ ସରକାର କରିବ। ଏହି ଦଳକୁ ବହୁମତ ମିଳିବା ଏକପ୍ରକାର ସ୍ପଷ୍ଟ ହୋଇଯ଼ାଇଛି। ସୂଚନା ଅନୁସାରେ ଡିଏମକେ ମେଣ୍ଟ ୧୪୩ଟି ଆସନରେ ଓ ଏଆଇଏଡିଏମକେ ନେତୃତ୍ଵାଧୀନ ଏନଡିଏ ୯୦ଟି ଆସନରେ ଆଗୁଆ ରହିଛି।

ସେହିପରି କେରଳରେ ବାମମେଣ୍ଟ ବା ଏଲଡିଏଫ କ୍ଷମତା ବଜାୟ ରଖିବା ନିଶ୍ଚିତ ହୋଇଛି। ଏଲଡିଏଫ ୯୦ଟି ଆସନରେ ଆଗୁଆ ରହିଥିବା ବେଳେ ୟୁଡିଏଫ ୪୦ଟି ଆସନରେ ଆଗରେ ରହିଛି। ବିଜେପି କେରଳରେ ଖାତା ଖୋଲିପାରିନାହିଁ।

ଏମକେ ଷ୍ଟାଲିନ ଓ ତାଙ୍କ ପୁଅ ଉଦୟନିଧି ଷ୍ଟାଲିନ ବିଜୟୀ ହୋଇଛନ୍ତି। ଅନ୍ୟପକ୍ଷରେ ଚଳଚ୍ଚିତ୍ର ଅଭିନେତା ତଥା ଏମଏନଏମ ଦଳ ପ୍ରତିଷ୍ଠାତା କମଲ ହାସନ କୋଏମ୍ବାଟୁର (ଦକ୍ଷିଣ) ଆସନରେ କଂଗ୍ରେସ ପ୍ରାର୍ଥୀ ମୌର୍ଯ଼୍ୟ ଜୟକୁମାରଙ୍କଠାରୁ ଆଗୁଆ ଅଛନ୍ତି। ତାମିଲନାଡ଼ୁରେ ଡିଏମକେ ସରକାର ଗଢିବା ସମ୍ଭାବନା ଥିବାରୁ ଦଳୀୟ ସମର୍ଥକମାନେ ବିଜୟ ଉତ୍ସବ ପାଳନ କରିବା ଆରମ୍ଭ କରିଦେଇଛନ୍ତି। କୋଭିଟ ନିୟମର ଉଲ୍ଲଙ୍ଘନ କରି ଏପରି ନ କରିବାକୁ ଷ୍ଟାଲିନ ଦଳୀୟ ସମର୍ଥକମାନଙ୍କୁ ପରାମର୍ଶ ଦେଇଛନ୍ତି। ତାମିଲନାଡୁରେ ଡିଏମକେର ବିଜୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଷ୍ଟାଲିନ ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *

Back to top button