ତାପସୀ ଓ ଅନୁରାଗଙ୍କ ଘରେ ଆଇଟି ରେଡ୍

ମୁମ୍ବାଇ : ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଶ୍ୟପ, ଅଭିନେତ୍ରୀ ତାପସୀ ପନ୍ନୁ ଓ ବିକାଶ ବେହଲ ଆୟକର ଜାଲରେ ଛନ୍ଦି ହୋଇଛନ୍ତି। ହେଲେ । ଟ୍ୟାକ୍ସ ଚୋରି ଅଭିଯୋଗରେ ଘର ରେଡ୍ କରିଛି ଆୟକର ବିଭାଗ। ଏକକାଳୀନ ମୁମ୍ବାଇ ଓ ପୁଣେ ସମେତ ୨୨ଟି ସ୍ଥାନରେ ଚଢଉ ହୋଇଛି। ଏଥିସହିତ ମଧୁ ମନଣ୍ଟେନାଙ୍କ ଟ୍ୟାଲେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ‘କ୍ୱାନ’ ଅଫିସରେ ମଧ୍ୟ ଚଢ଼ଉ ହୋଇଥିବା ଜଣାପଡିଛି।
ଫ୍ୟାଣ୍ଟମ ଫିଲ୍ମରେ ହୋଇଥିବା ଟ୍ୟାକ୍ସ ଚୋରି ଅଭିଯୋଗରେ ଏହି ଚଢ଼ଉ ହୋଇଥିବା ବେଳେ ଏହି ମାମଲାରେ ବଡ ବଡ ସେଲେବ୍ରିଟିଙ୍କ ନାଁ ଥିବା ଖବର ଆସିବାରୁ ଆୟକର ବିଭାଗ ଖୋଲତାଡ ଜାରି ରଖିଛି। ଫ୍ୟାଣ୍ଟମ ଫିଲ୍ମସ ବ୍ୟତୀତ ଆଉ ୩ଟି ଅନ୍ୟ କାର୍ଯ୍ୟାଳୟ ଏହି ମାମଲାର ସାମିଲ ଅଛି। ସୂଚନାଯୋଗ୍ୟ ୨୦୧୧ରେ ଅନୁରାଗ କାଶ୍ୟପ, ମଧୁ ମଣ୍ଟେନା, ବିକ୍ରମଦିତ୍ୟ ମୋଟୱାନେ ଓ ବିକାଶ ବାହଲଙ୍କ ଦ୍ୱାରା ଫାଣ୍ଟମ ଫିଲ୍ମ ପ୍ରତିଷ୍ଠା କରାଯାଇଥିଲା। କୌଣସି କାରଣ ବଶତଃ ଅକ୍ଟୋବର ୨୦୧୮ରେ ଏହି କମ୍ପାନୀ ବନ୍ଦ ହୋଇଯାଇଥିଲା।