ଟାଟା ଷ୍ଟିଲର ଜ୍ୟୋତି ମେଧାବୃତ୍ତି : କାଟାମାଟିର ଶତାଧିକ ଛାତ୍ରଛାତ୍ରୀ ଉପକୃତ

ଯୋଡ଼ା : ଅନୁସୂଚୀତ ଜାତି ଓ ଜନଜାତିର ମେଧାବୀ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ପ୍ରଦାନ କରିବା, ଶିକ୍ଷା କ୍ଷେତ୍ରରେ ଟାଟା ଷ୍ଟିଲ ପକ୍ଷରୁ ନିଆଯାଉଥିବା ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗୁଡ଼ିକ ମଧ୍ୟରୁ ଅନ୍ୟତମ।

ପ୍ରତ୍ୟେକ ବର୍ଷ ଓଡ଼ିଶାର କେନ୍ଦୂଝର ଜିଲ୍ଲା କାଟାମାଟି ପାଶ୍ୱର୍ବର୍ତ୍ତୀ ଗ୍ରାମରୁ ହାରାହାରି ୧୦୦ ଜଣ ଅନୁସୂଚୀତ ଜାତି ଓ ଜନଜାତି ଛାତ୍ରଛାତ୍ରୀମାନେ ଜ୍ୟୋତି ମେଧା ବୃତ୍ତି କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେଉଛନ୍ତି। ଗତ ୯ ବର୍ଷ ମଧ୍ୟରେ କାଟାମାଟିର ଛାତ୍ରଛାତ୍ରୀମାନଙ୍କୁ ସମୁଦାୟ ୩୪.୧୮ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ୨୦୨୦ ମସିହାରେ କାଟାମାଟି ଅଞ୍ଚଳର ୧୩୦ ଜଣ ଛାତ୍ରଛାତ୍ରୀଙ୍କୂ ଜ୍ୟୋତି ମେଧା ବୃତ୍ତି ବାବଦରେ ମୋଟ ୫.୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ପ୍ରଦାନ କରାଯାଇଛି।

ମେଧାବୀ ଛାତ୍ରଛାତ୍ରୀମାନଙ୍କ ଶିକ୍ଷାଗତ ଓ କ୍ୟାରିୟର ସମ୍ପର୍କିତ ଉଚ୍ଚାଭୀଳାଷକୁ ପୁରଣ କରିବା ପାଇଁ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ଜ୍ୟୋତି ମେଧା ବୃତ୍ତି ପ୍ରଦାନ କରାଯାଉଛି। ପ୍ରତ୍ୟେକ ବର୍ଷ ଦୁଇଟି ସ୍ତରରେ ଯଥା ବିଦ୍ୟାଳୟ ସ୍ତର (୭ମ ଶ୍ରେଣୀ) ଓ ମହାବିଦ୍ୟାଳୟ ସ୍ତରରେ (ଗ୍ରାଜୁଏସନ୍‌ର ପ୍ରଥମ ବର୍ଷ) ଏକ ସାଧାରଣ ଲିଖିତ ପରୀକ୍ଷା ମାଧ୍ୟମରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନଙ୍କୁ ବୃତ୍ତି ନିମନ୍ତେ ଚୟନ କରାଯାଇଥାଏ। ଏହି ମେଧା ବୃତ୍ତି ପାଇଁ ଯୋଗ୍ୟ ବିବେଚିତ ହେବାକୁ ଛାତ୍ରଛାତ୍ରୀମାନେ ଉକ୍ତ ପରୀକ୍ଷାରେ ଉତୀର୍ଣ୍ଣ ହେବା ସହିତ ପ୍ରତିବର୍ଷ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ବାର୍ଷିକ ପରୀକ୍ଷାରେ ୪୫ ପ୍ରତିଶତ ନମ୍ବର ହାସଲ କରିବା ନିହାତି ଆବଶ୍ୟକ। ଏହି ଆଧାରରେ ଛାତ୍ରଛାତ୍ରୀମାନେ ସଦ୍ୟ ବୃତ୍ତି ପାଇବା ସହିତ ଆଗାମୀ କିଛି ବର୍ଷ ପାଇଁ ଏହାର ନବୀକରଣ କରାଯାଇଥାଏ।

  ଆମେରିକାର ନୂଆ ରାଷ୍ଟ୍ରପତିଙ୍କୁ ମିଳିବ ଏସବୁ ସୁବିଧା

ନିଜ ଶିକ୍ଷା ସମାପ୍ତ କରିବାରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେଉଥିବା କାଟାମାଟି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ଉକ୍ତ ବୃତ୍ତି ବରଦାନ ସାବ୍ୟସ୍ତ ହୋଇଛି। ଆର୍ଥିକ ସହାୟତାର ଅଭାବ ଯୋଗୁଁ ବହୁ ଛାତ୍ରଛାତ୍ରୀ ଅଧାରୁ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାଡ଼ିବାକୁ ବାଧ୍ୟ ହେଉଛନ୍ତି। ଦେଓଝର ଗ୍ରାମର ଛାତ୍ର ସୁଶାନ୍ତ କୁମାର ନାୟକ ଗତ ୩ ବର୍ଷ ହେଲା ଉକ୍ତ ବୃତ୍ତି ପାଉଛନ୍ତି। ସୁଶାନ୍ତଙ୍କ କହିବା ଅନୁସାରେ “ମୁଁ ବର୍ତ୍ତମାନ ୯ମ ଶ୍ରେଣୀରେ ଅଧ୍ୟୟନ କରୁଥିବାବେଳେ ୭ମ ଶ୍ରେଣୀରୁ ଏହି ବୃତ୍ତି ପାଉଅଛି। ଆମ ବିଦ୍ୟାଳୟର ବହୁ ସାଙ୍ଗସାଥୀ ମଧ୍ୟ ଏହି ବୃତ୍ତି ପାଉଛନ୍ତି। ଆମକୁ ସହଯୋଗ କରିବା ସହିତ ପାଠପଢା ଜାରି ରଖିବା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବାରୁ ଆମେ ଟାଟା ଷ୍ଟିଲ ନିକଟରେ କୃତଜ୍ଞ । ଆଗକୁ ପାଠପଢା ଜାରି ରଖିବା ସହିତ ଦିନେ ଡାକ୍ତର ହେବି ବୋଲି ମୋର ଆଶା ରହିଛି ।

ଟାଟା ଷ୍ଟିଲର ଜ୍ୟୋତି ମେଧା ବୃତ୍ତି କାର୍ଯ୍ୟକ୍ରମ ଅନ୍ତର୍ଗତ ଝାଡ଼ଖଣ୍ଡର କୋଲହାନ ଅଞ୍ଚଳର ଜାମଡୋବା, ପଶ୍ଚିମ ବୋକାରୋ, ପୂର୍ବ ସିଙ୍ଗଭୂମ୍‌, ପଶ୍ଚିମ ସିଙ୍ଗଭୂମ ଓ ସଢେଇକେଳା ଖରସୁଆଁ ଜିଲ୍ଲାରେ ଏବଂ ଓଡ଼ିଶାର ସୁକିନ୍ଦା, ବ୍ରାହ୍ମଣୀପାଳ, ଯୋଡ଼ା, ଗୋପାଳପୁର, କଳିଙ୍ଗନଗର, ଗୋମାଡ଼ିହି ଓ କାଟାମାଟି ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି।

ମତାମତ ଦିଅନ୍ତୁ ।