ତେଜସ୍ୱୀ ଯାଦବଙ୍କ ଉପରକୁ ଚପଲ ମାଡ

ପାଟଣା : ବିହାର ଆରଜେଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଉପରକୁ ଚପଲ ମାଡ। ଔରାଙ୍ଗାବାଦରେ ନିର୍ବାଚନ ପ୍ରଚାର ବେଳେ କେହି ଅଜ୍ଞାତ ବ୍ୟକ୍ତି ଏହି ଚପଲ ଫିଙ୍ଗି ଥିବା ଦେଖିବାକୁ ମିଳିଛି। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ତେଜସ୍ୱୀ ଯାଦବ ୯ଟି ନଅଟି ରାଲିକୁ ସମ୍ବୋଧନ କରିଥିଲେ। ହେଲ ଔରାଙ୍ଗାବାଦରେ ନିର୍ବାଚନ ପ୍ରଚାର ବେଳେ ବା ସୂଚନା ରହିଛି। ତାଙ୍କ ଉପରକୁ ଅଳ୍ପ ଦୂରତାରୁ ଚପଲ ଫିଙ୍ଗା ଯାଇଥିବା ଭିଡିଓ ଫୁଟେଜରୁ ଜଣାପଡୁଛି। ଏହି ଘଟଣା ପରେ ତେଜସ୍ୱୀଙ୍କ ସମର୍ଥକ ଚପଲ ଫିଙ୍ଗିଥିବା ବ୍ୟକ୍ତିଙ୍କ ଖୋଜିଥିଲେ ହେଁ ପାଇ ନାହାନ୍ତି। ପ୍ରବଳ ଜନସମାଗମ ଯୋଗୁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଚିହ୍ନଟ ସମ୍ଭବ ହୋଇନି। ତେବେ ଚପଲ ମଞ୍ଚ ସମ୍ମୁଖରୁ ଫିଙ୍ଗା ଯାଇଛି ବୋଲି ତେଜସ୍ୱୀ ଯାଦବଙ୍କ ସମର୍ଥକ କହିଛନ୍ତି।

ମତାମତ ଦିଅନ୍ତୁ ।