ଟେକ୍ ମହିନ୍ଦ୍ରା ଫାଉଡେସନ ଓ ପିକକ୍‍ ପକ୍ଷରୁ ୩୫୦ ବିପନ୍ନ ପରିବାରଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ

ଭୁବନେଶ୍ଵର : ଟେକ୍ ମହିନ୍ଦ୍ରା ଫାଉଡେସନ ଓ ରାଜ୍ୟର ଅଗ୍ରଣୀ ସ୍ୱେଛାସେବୀ ସଙ୍ଗଠନ ପିପୁଲସ୍‍ କଲଚରାଲ ସେଣ୍ଟର (ପିକକ୍‍), ପକ୍ଷରୁ କୋଭିଡ ମହାମାରୀ ରେ ବିପନ୍ନ ହୋଇ ପଡିଥିବା ୩୫୦ ପରିବାରଙ୍କୁ ଶୁଖିଲା ଖାଦ୍ୟ ସାମଗ୍ରୀ ପ୍ରଦାନ କରାଯାଇଛି।

ଭୁବନେଶ୍ୱର ବ୍ଲକର କୁଜିମହଲ ଓ ସୁନ୍ଦରପୁର ଗ୍ରାମ ର ୧୧୪ ପରିବାର, ବାଲିଅନ୍ତା ବ୍ଲକର ନବାତୀ ଗ୍ରାମର ୩୮ ପରିବାର, ଭୁବନେଶ୍ୱର ବସ୍ତିର ୧୨୮ ପରିବାର, ୭୦ ଜଣ କଳାକାର ପରିବାରଙ୍କୁ ସହାୟତା ପ୍ରଦାନ କରାଯାଇଥିଲା ଓ ଓଡିଶାରେ ସାମାଜିକ ସଚେତନତା ସୃଷ୍ଟି କରୁଥିବା “ପପେଟ” ସଙ୍ଗଠନ ପଥପ୍ରାନ୍ତ ନାଟକ କଳାକାର ମାନଙ୍କୁ ଚିହ୍ନଟ କରିବାରେ ସହଯୋଗ କରିଥିଲେ। ଖାଦ୍ୟ ସାମଗ୍ରୀ ମଧ୍ୟରେ ୧୦ କିଲୋ ଚାଉଳ୍, ୧ କେଜି ଡାଲି, ୧ କେଜି ଚିନି, ୩ କେଜି ଚୁଡା, ୨ ଲିଟର ତେଲ୍, ୫ କେଜି ଅଟା, ୧୦୦ ଗ୍ରାମ ଫୁଟଣ, ୧୦୦ ଗ୍ରାମ ହଳଦି, ୧ କେଜି ଲୁଣ ଓ ୨ ପ୍ୟାକେଟ ବିସ୍କୁଟ ପ୍ରଦାନ କରାଯାଇ ଥିଲା ଓ ପିକକ୍‍ ର ସମ୍ପାଦକ ରଞନ କୁମାର ମହାନ୍ତି, ଟେକ୍ ମହିନ୍ଦ୍ରା ଫାଉଡେସନ ରଶ୍ମି ରଞନ ମହାନ୍ତି ଓ ପପେଟ ର ନାଟ୍ୟ ନିର୍ଦ୍ଦେଶକ ପ୍ରଶାନ୍ତ ପଟ୍ଟନାୟକ ପ୍ରମୁଖ ବିଭିନ୍ନ କାର‌୍ୟ୍ୟକ୍ରମରେ ଉପସ୍ଥିତ ଉପସ୍ଥିତ ରହିରେ ଏହି ସାମଗ୍ରୀକୁ ବଣ୍ଟନ କରିଥିଲେ ଓ ପିକକ୍‍ର ଜ୍ୟୋତି ଶଙ୍କର ମହାନ୍ତି ଏହି କାର‌୍ୟ୍ୟକ୍ରମର ପରିଚାଳନା କରିଥିଲେ।

ମତାମତ ଦିଅନ୍ତୁ ।